Masthead

ନୂଆ ପେଟ୍ରୋଲିୟମ ମନ୍ତ୍ରୀ ହେବା ପରେ କମିବ କି ତେଲ ଦର?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର । ପେଟ୍ରୋଲ ପରେ ଡିଜେଲ ବି ସେଞ୍ଚୁରି ମାରି ସାରିଛି । ଏହା ମଧ୍ୟରେ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳର ହୋଇଛି ବଡ଼ ଧରଣର ଅଦଳବଦଳ । ପୂର୍ବରୁ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଳେ ଏବେ ଏହି ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି ହରଦୀପ ସିଂ ପୁରୀଙ୍କୁ । ଗୋଟେପଟେ ତୈଳ ଦର ସେଞ୍ଚୁରି ମାରିବା ସହ ଦେଶ ଭରି ଏହାକୁ ବିରୋଧ । ଏଭଳି ଏକ ମୁହୂର୍ତ୍ତରେ ତୈଳ ମନ୍ତ୍ରାଳୟ ସମ୍ଭାଳିବା ପୁରୀଙ୍କ ପାଇଁ ସହଜ ସାଧ୍ୟ ନୁହେଁ । ଅନ୍ୟପଟେ ସେ ମନ୍ତ୍ରୀପଦ ପାଇ ଦାୟିତ୍ୱ ସମ୍ଭାଳିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ପୂର୍ବ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରିଛନ୍ତି ।

ଏହାସହ ହରଦୀପ କହିଛନ୍ତି କି ଏହା ଏଭଳି ଏକ ମନ୍ତ୍ରଣାଳୟ, ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସମ୍ବନ୍ଧ ରହିଛି । ହେଲେ ସେ ତୈଳଦର କମାଇବା ନେଇ ପଚାରା ଯାଇଥିବା ପ୍ରଶ୍ନର ସିଧା ଉତ୍ତର ଦେଇ ନାହାନ୍ତି । ସେ କହିଛନ୍ତି କି ଏବେ ତାଙ୍କୁ ଦାୟିତ୍ୱ ମିଳିବାର ମାତ୍ର କିଛି ସମୟ ହୋଇଛି, ଏ ବାବଦରେ ସମସ୍ତ ତଥ୍ୟ ବୁଝିବା ପରେ ଏହା ଉପରେ କିଛି କହିପାରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ଅଶୌଦ୍ଧିତ ତୈଳ ଓ ଗ୍ୟାସର ଘରୋଇ ଉତ୍ପାଦନ ବଢାଇବା ଆବଶ୍ୟକ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି ଭାରତରେ ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥାକୁ ସଦୃଢ କରିବାକୁ ହେବ । ବର୍ତ୍ତମାନ ଦେଶରେ ଶକ୍ତିର ଚାହିଦା ପୂରଣ କରିବାରେ ଗ୍ୟାସର ଭାଗିଦାରୀ ୧୫ ପ୍ରତିଶତ ଥିବା ବେଳେ ଏହାକୁ ବଢାଇ ୨୦ ରୁ ୩୦ ପ୍ରତିଶତ କରିବା ଉପରେ ଶ୍ରୀ ପୁରୀ ଗୁରୁତ୍ୱାରୋପ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ