Masthead

ଶ୍ରୀରାମ ମନ୍ଦିରରେ ଲାଗିବ ସୀତା ଶିଳା

ଅଯୋଧ୍ୟା (ବଡ଼ ଖବର ବ୍ୟୁରୋ): ଶ୍ରୀଲଙ୍କାର କେନ୍ଦ୍ରୀୟ ପ୍ରଦେଶରେ ଅଛି ସୀତା ମନ୍ଦିର । ବିଶ୍ୱାସ କରାଯାଏ , ସେଠାରେ ମହାପ୍ରତାପୀ ରାବଣ ଜଗତଜନନୀ ମା’ ସୀତାଙ୍କୁ ପଂଚବଟିରୁ ଅପହରଣ କରି ରଖିଥିଲା । ମା’ ସୀତା ସେଠାରେ ପ୍ରଭୁ ଶ୍ରୀରାମଙ୍କୁ ନୀତି ପ୍ରତି ସ୍ମରଣ କରୁଥିଲେ । ଏହି ସ୍ମୃତିକୁ ସାଇତି ରଖିବା ପାଇଁ ପରେ ସେଠାରେ ତିଆରୀ କରାଯାଇଥିଲା ସୀତା ମନ୍ଦିର । ଅଯୋଧ୍ୟାରେ ହେଉଥିବା ଶ୍ରୀରାମ ମନ୍ଦିରରେ ଏହି ସ୍ଥାନର ଶିଳା ଲାଗିବ ।

ଶ୍ରୀଲଙ୍କାରେ ଥିବା ଭାରତୀୟ ହାଇକମିଶନର ଏହି ଶିଳାକୁ ଆଣିବେ । ଶ୍ରୀଲଙ୍କା ହାଇକମିଶନର ତାଙ୍କ ଅଫିସିଆଲ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ଶ୍ରୀରାମ ମନ୍ଦିରରେ ସୀତା ଶିଳା ବ୍ୟବହାର ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବ ।ହାଇକମିଶନର ସୀତା ଶିଳାକୁ ମୟୁର ପଥି ଅମ୍ମନ ମନ୍ଦିରରେ ଆସନ୍ତା ଗତ ସୋମବାର ଗ୍ରହଣ କରିଛନ୍ତି । ଆସନ୍ତା ଗୁରୁବାର ଏହାକୁ ସେ ଅଯୋଧ୍ୟା ପଠାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ