Masthead

ଜୁଲାଇ ସୁଦ୍ଧା ୨୦ରୁ ୨୫ କୋଟି ଲୋକଙ୍କୁ କୋଭିଡ ଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୋଭିଡ-୧୯ ଟିକା ଦିଆଯିବା ପାଇଁ ଅକ୍ଟୋବର ଶେଷ ସୁଦ୍ଧା ପ୍ରାଥମିକ ଜନସଂଖ୍ୟା ତାଲିକା ଦାଖଲ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ମୁଖ୍ୟତଃ ଯେଉଁମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ଅଛି ସେମାନଙ୍କ ତାଲିକା କେନ୍ଦ୍ରକୁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି ତାଲିକା ପ୍ରସ୍ତୁତ ହେବା ପରେ ନିରପେକ୍ଷ ଭାବେ ସବୁ ରାଜ୍ୟକୁ ଦିଆଯିବ । ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ସରକାର ୨୦ରୁ ୨୫ କୋଟି ଲୋକଙ୍କୁ କୋଭିଡ-୧୯ ଟିକା ଦେବେ ।

ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ଟିକାକରଣର ସମସ୍ତ ଦିଗ ଉପରେ ବିଚାର କରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଡ୍ରାଫ୍ଟ ପ୍ରସ୍ତୁତ କରୁଛି । ଏଥିରେ ଫ୍ରଣ୍ଟଲାଇନ କର୍ମଚାରୀ, ସରକାରୀ ଏବଂ ବେସରକାରୀ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ସଫେଇ କର୍ମଚାରୀ, ଆଶାକର୍ମୀ, ମନିଟରିଂ ଅଫିସର, ଅନୁସନ୍ଧାନ, ପରୀକ୍ଷା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ସାମିଲ ହେବେ । ଅକ୍ଟୋବର ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ଟିକା ସଂରକ୍ଷଣ ସୁବିଧା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ବିଷୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି କେନ୍ଦ୍ର ସରକାର ମାନବ ସମ୍ବଳ ପ୍ରସ୍ତୁତି, ତାଲିମ, ମନିଟରିଂ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଉପରେ କାର୍ଯ୍ୟ କରୁଛନ୍ତି। ଏହି ଯୋଜନାଗୁଡ଼ିକ ଶେଷ କରିବାବେଳେ ସରକାର କୋଭିଡ-୧୯ ମହାମାରୀ ସହ ଜଡ଼ିତ ପ୍ରତିରକ୍ଷା ତଥ୍ୟ ଉପରେ ମଧ୍ୟ ନଜର ରଖିବେ । ନୀତି ଆୟୋଗ ସଦସ୍ୟ ଭି.କେ ପାଲଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ସମଗ୍ର ପ୍ରକ୍ରିୟା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ