Masthead

ରାଜ୍ୟରେ ଦୁର୍ନୀତି, ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ବୁଡ଼ିକି ରହିଛି ଓଡ଼ିଶା । ରାଜ୍ୟ ସରକାରଙ୍କ ଇଙ୍ଗିତରେ ହେଉଛି କି ଏସବୁ। ଯାହାକୁ ନେଇ ରାଜ୍ୟବ୍ୟାପି ବ୍ଲକ୍ ଏବଂ ପୌରାଞ୍ଚଳ ସମ୍ମୁଖରେ ଜନ ଆକ୍ରୋଶ କରୁଛି ବିଜେପି । ଆନ୍ଦୋଳନ ନୁହେଁ ଲୋକଙ୍କ ଅସନ୍ତୋଶ କହି ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି,୨୪ ବର୍ଷର ସରକାରଙ୍କ ବିରୋଧରେ ରହିଛି ଦୁର୍ନୀତିର ଲମ୍ବା ତାଲିକା। ଖାଲି ରାଜ୍ୟବାସୀ ନୁହେଁ ମହାପ୍ରଭୁ ଜଗନ୍ନାଥଙ୍କ ସହ ଦୁର୍ନୀତି କରିଛନ୍ତି ସରକାର। ନବୀନ ସରକାରର ବଡ଼ ପଣ୍ଡା ଓ ଗୁମସ୍ତା ବାବୁ ମାନେ ଯେଉଁ ଚିଟଫଣ୍ଡକୁ ଉତ୍ସାହିତ କରିଥିଲେ ଆଜି ସେହି ସଂସ୍ଥା ୪୦ଲକ୍ଷରୁ ଉର୍ଦ୍ଧ ଲୋକେଙ୍କ ଅର୍ଥକୁ ଆତ୍ମସାତ କରିଦେଲା।

ଚାଷୀଙ୍କ ମେରୁଦଣ୍ଡ ଧାନ, ସେଥିରେ ବି ୫୦ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ହୋଇଛି ଲୁଟ। ଚାଷୀ ହାରୁଛନ୍ତି ନିଜର ଜୀବନ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କାକୁ କରିଛନ୍ତି ହଡ଼ପ। ତଳସ୍ତରରୁ ଉପରସ୍ତର ଯାଏଁ ହେଉଛି ହରିଲୁଟ। ଏଠି ଗୁମସ୍ତା ଶାସନ ଚାଲିଛି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ସରକାରଙ୍କୁ ଟାର୍ଗେଟ କରିବା ସହ ନୀତି ନୈତିକତା ନ ଥିବା କହିଛନ୍ତି ମନମୋହନ। ରାଜ୍ୟ ସରକାରଙ୍କ ଶାସନ କଳାକୁ ନେଇ ଶାସକ ବିଜେଡି ଉପରେ ଉଠୁଥିବା ଆଙ୍ଗୁଳିକୁ ସାମ୍ନା କରିଛନ୍ତି ବରିଷ୍ଟ ବିଜେଡି ବିଧାୟକ ଅମର ଶତପଥୀ।

ଦୁର୍ନୀତିକୁ ନେଇ ଯଦି ନିର୍ଦ୍ଦିଷ୍ଟ କିଛି ଅଛି କୁହନ୍ତୁ…ନହେଲେ କିଛି ଗୁରୁତ୍ୱନାହିଁ । ରାଜ୍ୟରେ ଆର୍ଥିକ ସହାୟତା ଓ ସ୍ୱାଧୀନତା ମିଳିଛି । ପଞ୍ଚାୟତର ଲୋକ ଉତ୍ସାହିତ ଅଛନ୍ତି । ଲୋକେ ଖୁସି ଅଛନ୍ତି । କଂଗ୍ରେସର ବରିଷ୍ଟ ବିଧାୟକ ସୁରେଶ ରାଉତରାୟଙ୍କ ଯୁକ୍ତି ଉଭୟ ବିଜେଡି ଓ ବିଜେପି ମିଶି ରାଜ୍ୟକୁ ଲୁଟି ଚାଲିଛନ୍ତି। କହିବା ପୂର୍ବରୁ ନିଜେ ନିଜକୁ ଅନୁଶୀଳନ କରିବାକୁ ପରାମର୍ଶ ଦେଇଛନ୍ତି ସୁରେଶ। ଦୁର୍ନୀତିକୁ ନେଇ କାଦୁଆ ଫିଙ୍ଗାରେ ମତିଛନ୍ତି ରାଜନୀତିକ ଦଳ। ଏହାରି ଭିତରେ ସ୍ୱଚ୍ଛ ଶାସନ ଅପେକ୍ଷାରେ ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା