Before Header

ନଭେମ୍ବର ୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ

0 552

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ । ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଉପ-ବାଚସ୍ପତି ନିର୍ବାଚନ ଶେଷ ହେବ ।

ନଭେମ୍ବର ୮ ତାରିଖରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତିଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ୨୦୦୪ ମସିହାରୁ ରଜନୀକାନ୍ତ ସିଂ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଥିଲେ । ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ଦଳୀୟ ସଙ୍ଗଠନକୁ ସୁଦୃଢ କରିବାକୁ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂ ।

Leave A Reply

Your email address will not be published.