Masthead

ବିକାଶ ଠାରୁ ବହୁ ଦୂରରେ କାଦଦୋରା

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ଗ୍ରାମରେ ନାହିଁ କୂଅ କି ନଳକୂଅ । ଗ୍ରାମ ନିକଟସ୍ଥ ନାଳ କୂଳେ ଚୁଆ ଖୋଳି ପାଣି ପିଉଛନ୍ତି ଗ୍ରାମବାସୀ । ଏହା ପୂର୍ଵରୁ ଗ୍ରାମବାସୀ ନାଳର ପାଣି ବ୍ୟବହାର କରୁଥିବାବେଳେ ଗ୍ରୀଷ୍ମ ଋତୁ ଯୋଗୁଁ ନାଳ ଶୁଖି ଯିବା ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ କାଦଦୋରା ଗ୍ରାମର ।

ସୂଚନା ଅନୁସାରେ, ଗ୍ରାମରେ ୨୫ରୁ ଅଧିକ ପରିବାର ରହୁଥିବାବେଳେ ଗାଇଗୋରୁ,ଛେଳିମେଣ୍ଢା ଓ ଚାଷବାସ କରି ପରିବାର ଚଳୁଛନ୍ତି । ପଂଚାୟତ କାର୍ଯ୍ୟାଳୟ ଠାରୁ ୮ କି ମି ଗୁଜମା ପଦର ଜଙ୍ଗଲ ରାସ୍ତା ଦେଇ ଗଲେ ପଡେ କାଦଦୋରା ଗାଁ । ପୂର୍ଵରୁ ଗ୍ରାମକୁ ଯିବା ପାଇଁ ପାଦ ଚଲା ରାସ୍ତା ଥିଲା । ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ପାହାଡ଼ କାଟି ରାସ୍ତା କରାଯାଇଛି । ବହୁତ କଷ୍ଟରେ ବାଇକଟିଏ ଯାଇପାରୁଛି ।

କାଦଦୋରା ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନାହିଁ,ବିଜୁଳିନାହିଁ ,ନଳକୂଅ ନାହିଁ,ନେଟୱର୍କ ନାହିଁ, ଆବାସ ଯୋଜନା ନାହିଁ,ମୋଟା ମୋଟି କହିବାକୁ ଗଲେ ସରକାରୀ ଯୋଜନା ଅପହଞ୍ଚ । ଗ୍ରାମରେ ନଳକୂଅ ପାଇଁ ବହୁତଥର ପଂଚାୟତ, ବ୍ଲକରେ ଲିଖିତ ଅଭିଯୋଗ କରିବା ସହ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ମଧ୍ୟ୍ୟ କହିଥିବା କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା