Masthead

ବିଶ୍ୱକପ ପାଇଁ ପାକିସ୍ତାନକୁ ମିଳିଲା ଭିସା; ବୁଧବାର ଭାରତରେ ପହଞ୍ଚିବେ ପାକିସ୍ତାନ ଖେଳାଳି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୮ ଦିନ । ମ୍ୟାଚ ଅରମ୍ଭ ହେବା ପୂର୍ବରୁ ଦଳ ଦଳ ମଧ୍ୟରେ ଖେଳାଯିବ ଅଭ୍ୟାସ ମ୍ୟାଚ । ଏଥିପାଇଁ ଭାରତରେ ପହଞ୍ଚିବେ ୯ଟି ଟିମର ଖେଳାଳି । ବିଶ୍ୱକପ୍‌କୁ ନେଇ ପାକିସ୍ତାନ ଟିମ୍‌କୁ ମିଳିଛି ଆଶ୍ୱସ୍ତିକର ଖବର । ଦିନିକିଆ ବିଶ୍ୱକପ୍ ପାଇଁ ଭାରତ ଆସିବ ପାକିସ୍ତାନ କ୍ରିକେଟ ଦଳ । ଦିନିକିଆ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଦଳକୁ ଭାରତ ସରକାରଙ୍କ ପକ୍ଷରୁ ଭିସା ମିଳିଛି । ସୂଚନା ଅନୁସାରେ ସେପ୍ଟେମ୍ବର ୧୯ରେ ଭିସା ପାଇଁ ଆବେଦନ କରିଥିଲା ପିସିବି । ପାକିସ୍ତାନ ସହ ଆଫଗାନିସ୍ତାନ କ୍ରିକେଟକୁ ଟିମ୍କୁ ମଧ୍ୟ ଭିସା ମିଳିଛି । ଦିନିକିଆ ବିଶ୍ୱକପ୍ ପାଇଁ ଆସନ୍ତାକାଲି ହାଇଦ୍ରାବାଦରେ ପହଞ୍ଚିବ ପାକିସ୍ତାନ ଟିମ୍। ଭିସା ପାଇବାରେ ବିଳମ୍ବ ହେତୁ ପାକିସ୍ତାନ କ୍ରିକେଟ ବୋର୍ଡ ‍ଆଇସିସି ପାଖରେ ଅଭିଯୋଗ କରିଥିଲା।

ଭିସା ବିଳମ୍ବ ହେତୁ ପାକିସ୍ତାନ ଦଳର ଅଭ୍ୟାସ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଇସିସି ନିକଟରେ ଅଭିଯୋଗ କରିଥିଲା ପିସିବି । ତେବେ ପାକିସ୍ତାନ ବୁଧବାର ହାଇଦ୍ରାବାଦରେ ପହଞ୍ଚିବା ପରେ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୩ ଯାଏଁ ଅଭ୍ୟାସ ମ୍ୟାଚ୍ ଖେଳିବ। ୪ ଦିନରେ ମୋଟ ୧୦ଟି ଅଭ୍ୟାସ ମ୍ୟାଚ୍‌ ରହିଛି । ପ୍ରଥମ ଦିନରେ ଗୌହାଟୀରେ ବାଂଲାଦେଶ ବନାମ ଶ୍ରୀଲଙ୍କା, ଥିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ ଓ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ଅଭ୍ୟାସ ମ୍ୟାଚ ଖେଳାଯିବ। ଏହାପରେ ୩୦ ତାରିଖରେ ଗୌହାଟୀରେ ଭାରତ ବନାମ ଇଂଲଣ୍ଡ ଓ ଥିରୁଅନନ୍ତପୁରମରେ ଅଷ୍ଟ୍ରେଲିଆ ବନାମ ନେଦରଲାଣ୍ଡ ଅଭ୍ୟାସ ମ୍ୟାଚ ଖେଳିଯିବ। ସେହିପରି ଅକ୍ଟୋବର ୨ ତାରିଖରେ ଇଂଲଣ୍ଡ ବନାମ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ୩ ତାରିଖରେ ଶେଷ ଅଭ୍ୟାସ ମ୍ୟାଚଗୁଡ଼ିକ ଖେଳାଯିବ । ଏହାପରେ ଅକ୍ଟୋବର ୬ରେ ନେଦରଲ୍ୟାଣ୍ଡ ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ପାକିସ୍ତାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା