Masthead

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ, ସାଙ୍କେତିକ ଭାଷାରେ ଯୁକ୍ତି ବାଢିଲେ ଦିବ୍ୟାଙ୍ଗ ଆଇନଜୀବୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟରେ ଇତିହାସରେ ପ୍ରଥମ । ଜଣେ ଦିବ୍ୟାଙ୍ଗ ଆଇନଜୀବୀ ଇଣ୍ଟରପ୍ରିଟରଙ୍କ ଜରିଆରେ ସାଙ୍କେତିକ ଭାଷାରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ଭର୍ଚ୍ଚୁଆଲ ଶୁଣାଣିର ପରିଚାଳନା କରୁଥିବା କଣ୍ଟ୍ରୋଲ ରୁମ୍‌ ଦିବ୍ୟାଙ୍ଗ ଆଇନଜୀବୀ ସାରା ସନ୍ନିଙ୍କୁ ସ୍କ୍ରିନ୍‌ ସ୍ପେସ୍‌ ଦେବାକୁ ମନା କରିଦେଇଥଲା। ଶୁଣାଣି ବେଳେ ସନ୍ନିଙ୍କ ପାଳି ଆସିବାରୁ ତାଙ୍କ ଇଣ୍ଟରପ୍ରିଟର ସୌରଭ ରାୟ ଚୌଧୁରୀ ସ୍କ୍ରିନ୍‌ରେ ଦେଖାଦେଇଥିଲେ।

ଯୁକ୍ତି ଆରମ୍ଭ ହେବା ମାତ୍ରେ ସନ୍ନିଙ୍କ ସାଙ୍କେତିକ ଭାଷାକୁ ସୌରଭ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସମ୍ମୁଖରେ ପଢ଼ିଥିଲେ। ଏହା ପରେ ସନ୍ନିଙ୍କୁ ମଧ୍ୟ ସ୍କ୍ରିନ୍‌ ସ୍ପେସ୍‌ରେ ସ୍ଥାନ ଦେବା ଲାଗି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କଣ୍ଟ୍ରୋଲ ରୁମ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଉଭୟ ସନ୍ନି ଏବଂ ସୌରଭ ସୁପ୍ରିମକୋର୍ଟଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରୁଥିବା ସ୍କ୍ରିନ୍‌ରେ ଦେଖାଯାଇଥିଲା। ଶୁଣାଣି ଶେଷ ପରେ ସୌରଭ ଓ ସିଜେଆଇଙ୍କ ପ୍ରଶଂସା କରିଥିଲେ ସନ୍ନି । ତାଙ୍କ ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି କହିଛନ୍ତି ସାରା ସନ୍ନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା