Masthead

କାହାର ହେବ ମିଜୋରାମ, ଗଣତି ପରେ ଜଣା ପଡ଼ିବ ରେଜଲ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଆସିବ ମିଜୋରାମ ବିଧାନସଭା ଫଳାଫଳ । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମ କାହାର ହେବ ? ଗଣତି ପରେ ଜଣା ପଡ଼ିବ ରେଜଲ୍ଟ । ଏକଜିଟ ପୋଲର ଆକଳନ ଅନୁଯାୟୀ କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ, କଂଗ୍ରେସ. ବିଜେପି ଓ ମିଜୋରାମ ପିପୁଲ ମୁଭମେଣ୍ଟ ଭିତରେ କଡ଼ା ମୁକାବିଲା ରହିବ । କଡ଼ା ସୁରକ୍ଷା ଭିତରେ ସକାଳ ୮ରୁ ଆରମ୍ଭ ହୋଇଛି ଗଣତି । ସେପଟେ ୪ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩-୧ରେ ବାଜିମାତ କରିଛି । ହିନ୍ଦି ହାର୍ଟଲ୍ୟାଣ୍ଡରେ ବିଜେପି ତିନି ତିନିଟି ରାଜ୍ୟରେ ଚମକ୍ରାର ବିଜୟ ହାସଲ କରିଛି ।

ମଧ୍ୟପ୍ରଦେଶର କ୍ଷମତା ବଜାୟ ରଖିଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ ଛଡାଇ ନେଇଛି । ତେଲେଙ୍ଗାନାରେ କେବଳ କଂଗ୍ରେସ କ୍ଷମତାକୁ ଫେରିଛି । ମଧ୍ୟପ୍ରଦେଶରେ ମୋଟ ୨୩୦ ଆସନରୁ ବିଜେପି ୧୬୩ଟିରେ ବିଜୟୀ ବୃହତ ଦଳ ଭାବେ ଉଭା ହୋଇଛି । କଂଗ୍ରେସ ୬୬ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ସେହିପରି ରାଜସ୍ଥାନର ୧୯୯ ଆସନରୁ ବିଜେପି ୧୧୫ ଆସନରେ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ୭୦ ଆସନ ଓ ଅନ୍ୟାନ୍ୟ ୧୪ ଆସନରେ ବିଜୟୀ ହୋଇଛନ୍ତି ।

ଛତିଶଗଡରେ ମୋଟ ୯୦ ବିଧାନସଭା ଆସନରୁ ବିଜେପି ୫୪ ଆସନ, କଂଗ୍ରେସ ୩୫ ଆସନ ଓ ଅନ୍ୟାନ୍ୟ ଗୋଟିଏ ଆସନ ପାଇଛନ୍ତି । ତେଲାଙ୍ଗାନାରେ ମୋଟ ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୫ରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ ଆସନ, ବିଜେପି ୮ଟି ଆସନ ଓ ଏଆଇଏମଆଇଏମ ୭ଟି ଆସନରେ ବିଜୟୀ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା