ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କ୍ରାଇମବ୍ରାଞ୍ଚ ଉପରେ ସାଢେ ଚାରିକୋଟି ଓଡ଼ିଆଙ୍କ ନଜର । କଣ କରିପାରୁଛି ଏହି ତଦନ୍ତକାରୀ ସଂସ୍ଥା? କାହାକୁ କାହାକୁ ବାନ୍ଧି ପାରିବ କ୍ରାଇମବ୍ରାଞ୍ଚ? ସଫଳତାର ସହ କରିପାରିବ ତ ତଦନ୍ତ? କାହିଁକି ନା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଦୁଇ ଦୁଇଟି ହାଇପ୍ରୋଫାଇଲ କେଶ । ସିଏମରୁ କମିଶନ ଫାଇଲ ହଜିବା ହେଉ ଅବା ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକରେ ହଜାର ତ୍ରୁଟି ଘଟଣା । କ୍ରାଇମବ୍ରାଞ୍ଚରେ ମାମଲା ପହଞ୍ଚିବା କ୍ଷଣି ଆରମ୍ଭ କରିଦେଇଛି ତଦନ୍ତ । ଆଉ ଏହାରି ଭିତରେ ତଦନ୍ତର ଅଗ୍ରଗତିକୁ ନେଇ ମୁହଁ ଖୋଲିଛନ୍ତି କ୍ରାଇମବ୍ରାଞ୍ଚ ଡ଼ିଜି ବିନୟତୋଷ ମିଶ୍ର । ଡ଼ିଜି କହିଛନ୍ତି ଯେ, ସିଏମଓରୁ ଫାଇଲ ହଜିବା ଘଟଣାଟିର ପୂରା ତଦନ୍ତ ଟେକ୍ନିକାଲ୍ ଉପାୟରେ କରାଯାଉଛି । ଖୁବଶୀଘ୍ର ଏକାଧିକ ଲୋକଙ୍କୁ ହେବକୁ ଯାଉଛି ଜେରା । ଯାହାର ସମ୍ପୃକ୍ତି ଆସିବ ଜେରା ହେବାକୁ ବାଧ୍ୟ । ତଦନ୍ତ ବେଳେ କିଏ ସାକ୍ଷୀ, କିଏ ସନ୍ଦିଗ୍ଧ, କିଏ ଅଭିଯୁକ୍ତ ତାହା ପ୍ରମାଣ କହିବ । ଯାହାକୁ ନୋଟିସ ହେବ ଏଡାଇ ଯାଇପାରିବେ ନାହିଁ । ସେହିଭଳି ପାଠ୍ୟପୁସ୍ତିକା ତ୍ରୁଟି ଘଟଣାରେ ୨୪୦ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତଦନ୍ତ ଉଭୟ ଘଟଣାର ଜୋରସୋର ଚାଲିଛି ।
ଖୁବଶୀଘ୍ର ସାମ୍ନାକୁ ଆସିବ କିଏ ହେବେ ସାକ୍ଷୀ ଆଉ କିଏ ଅଭିଯୁକ୍ତି । ସେପଟେ କ୍ରାଇମବ୍ରାଞ୍ଚ ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା କମିଶନ ଫାଇଲ ହଜିବା ଘଟଣାରେ ତଦନ୍ତ ଜୋରସୋର ଆରମ୍ଭ କରିଦେଇଥିବା ବେଳେ ଏହି ଘଟଣାରେ ଆଇନଜୀବି ଭାବରେ କାର୍ଯ୍ୟ କରିଥିବା ବ୍ୟକ୍ତି ତଥା ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତଦନ୍ତର ଅଗ୍ରଗତିର ଖୁଲାସା କରିଛନ୍ତି । ଫାଇଲ ଚୋରି ଘଟଣାରେ କାହାକୁ ଛଡା ଯିବ ନାହିଁ । ଆମକୁ ଯାହା ଉତ୍ତରାଧିକାରୀ ସୁତ୍ରରେ ମିଳିଛି ତାହାର ସମାଧାନ କରୁଛୁ । ପ୍ରତ୍ୟେକଟି ବ୍ୟକ୍ତି କାଠଗଡାକୁ ଟଣା ହେବେ । ରାଜ୍ୟ ସରକାରଙ୍କ ସାହା ଭରସା ଏବେ ପାଲଟିଛି କ୍ରାଇମବ୍ରାଞ୍ଚ । ବଡ଼ ଘଟଣାରେ ବଡ଼ ଆକ୍ସନ ପାଇଁ ଦେଇଛନ୍ତି ତଦନ୍ତ ଭାର । ସିଏମଓରୁ କମିଶନ ଫାଇଲ ଗାଏବ ଘଟଣା ହେଉ ଅବା ବହି ତ୍ରୁଟି, ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଟାନ ନେବାରେ କ୍ରାଇମବ୍ରାଞ୍ଚ ସଫଳ ହେଉଛି କି ନାହିଁ ତାହା ଏବେ ଦେଖିବାକୁ ବାକି । କାହିଁକି ନା ସରକାରଙ୍କ ମୁଣ୍ଡରେ ଲାଗିଥିବା କଳଙ୍କ ଏହି ତଦନ୍ତ ଦ୍ୱାରା ଛାଡି ପାରେ ।
