Masthead

ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ଆଜି ଅନୁଷ୍ଠିତ ହୋଇଛି ସଚିବସ୍ତରୀୟ ଗରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ । ଲୋକଙ୍କୁ ରିଲିଫ ଓ କ୍ଷୟକ୍ଷତି ପ୍ରଦାନ କରିବା ସହ ପ୍ରାଥମିକତା ଦେବା ଉପରେ ଫୋକସ୍ କରାଯିବା କୁ ନିର୍ଦ୍ଦେଶ । କିପରି ଜଣେବି ଯୋଗ୍ୟ ବ୍ୟକ୍ତି ବଞ୍ଚିତ ନ ହେବ ତାକୁ ନେଇ ପ୍ରାଥମିକତା ଦିଆଯିବ । ଏହା ସହ ବିଶୁଦ୍ଧ ପିଇବା ପାଣି ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସବୁ ବିଭାଗ ସହଯୋଗ କରିବା ପାଇଁ ଆଲୋଚନାର ମଧ୍ୟ କାର୍ଯ୍ୟକ୍ରମ କରାଯାଇଛି । ମୁଖ୍ୟ ଶାସନ ସଚିବନ୍ୟା ପ୍ରଭାବିତ ଅଞ୍ଚଳରେ ପର୍ୟ୍ୟାପ୍ତ ସଂଖ୍ୟକ ଡାକ୍ତରୀ ଟିମ୍ ମୁତୟନ କରିବା ସହ ସଂକ୍ରାମକ ରୋଗ ପ୍ରତିରୋଧ ପାଇଁ ସତର୍କ ରହିବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି ।

ଏହାବ୍ୟତୀତ ବିଭିନ୍ନ ବିଭାଗର ବଜେଟ୍ ବ୍ୟୟ, ନିଯୁକ୍ତି ପ୍ରକ୍ରିୟା ଏବଂ ଚାଲୁଥିବା ବିକାଶମୂଳକ କାର୍ୟ୍ୟକ୍ରମର ମଧ୍ୟ ସମୀକ୍ଷା କରାଯାଇଛି । ତା ସହ ବୈଠକରେ ନିଶାମୁକ୍ତ ଓ ସାଇବର୍ ଅପରାଧକୁ ରୋକିବାକୁ ପ୍ରାଧାନ୍ୟ ଦିଆଯାଇଛି । କିପରି ଲୋକଙ୍କୁ ଏହି ସବୁ ସମସ୍ୟାରୁ କଢ଼ା ଯାଇପାରିବ ତାକୁ ଗୁରୁତର ସହ ନେଇ ବିଭାଗ ମାନ ନିଜ ନିଜର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଜି ଗଜପତି ଜିଲ୍ଲାପାଳ ତାଙ୍କ ଜିଲ୍ଲାର ମୁଖ୍ୟ ସମସ୍ୟା ସଚିବ ସ୍ତରୀୟ ବୈଠକରେ ଉପସ୍ଥାପନ କରିଥିଲେ । ଯାହା ଉପରେ ଗୁରୁତ୍ୱ ଦେଇ ଯଥାଶୀଘ୍ର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ