Masthead

ଏମପିରେ କରୋନାର ବିକଳ ଚିତ୍ର

ଭୋପାଲ (ବଡ଼ ଖବର ବ୍ୟୁରୋ): କରୋନା ଭାଇରସର ଦ୍ୱିତୀୟ ଲହର ମଧ୍ୟପ୍ରଦେଶ ସରକାରଙ୍କ ଚିନ୍ତା ବଢାଇଦେଇଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ଲଗାମ ଲାଗୁନି । ରାଜ୍ୟରେ ଭୁଶୁଡି ପଡିଛି ସ୍ୱାସ୍ଥ୍ୟସେବା । ସ୍ଥିତି ସମ୍ଭାଳିବା ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଲାଗି ଚ୍ୟାଲେଞ୍ଜ ହୋଇପଡିଛି । ରାଜ୍ୟରେ ଅମ୍ଲଜାନ ରିମେଡେଭିସିର ଓ ହସ୍ପିଟାଲ ବେଡର ଘୋର ଅଭାବ ଲାଗି ରହିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହାର୍ଦ୍ଧିକ ଡାଙ୍ଗ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ମନ୍ତ୍ରୀ ମିଛ କହୁଥିବା ଜଳଜଳ ଦିଶୁଛି । ଅମ୍ଳଜାନ ପାଇଁ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲରେ ଲୋକଙ୍କ ଲମ୍ବା ଧାଡି ଲାଗି ରହିଛି । ଅମ୍ଲଜାନ ଅଭାବରୁ ଡାକ୍ତରଖାନା କର୍ତ୍ତୃପକ୍ଷ କୋଭିଡ ଆକ୍ରାନ୍ତମାନଙ୍କୁ ଗ୍ରହଣ କରୁନାହାନ୍ତି । ଆବଶ୍ୟକ ତୁଳନାରେ ଅଧିକ ରୋଗୀ ଡାକ୍ତରଖାନା ଗୁଡିକରେ ଚିକିତ୍ସିତ ହେଉଛନ୍ତି । ବେଡ ଅଭାବରୁ ଚଟାଣରେ ରୋଗୀ ସେବା କରାଯାଉଛି । ରୋଗୀଙ୍କ ତୁଳନାରେ କର୍ମଚାରୀ ମଧ୍ୟ ନାହାନ୍ତି । ଲୋକମାନେ ଦିନ ଦିନ ଅପେକ୍ଷା କରୁଥିଲେ ମଧ୍ୟ ରିମେଡେଭିସିର ମଧ୍ୟ ପାଉନାହାନ୍ତି । ଭୋପାଳ ଡାକ୍ତରଖାନାରୁ ୮ ହଜାର ଫାଇଲ ରିମେଡେଭିସିର ଚୋରି ହୋଇଯାଇଛି ।

ଅମ୍ଳଜାନ ସରିଯିବାରୁ ସାହାଡୋଲ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିବା ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୧୯୮୪ ମସିହାର ଭୋପାଳ ଗ୍ୟାସ ଟ୍ରାଜେଡି ଲୋକଙ୍କ ମନରୁ ଲିଭିନି । ଗ୍ୟାସ ଲିକ ଯୋଗୁଁ ଲୋକଙ୍କ ମୃତ୍ୟୁ ହୋଇଥିଲା । ।ଏବେ ଅମ୍ଳଜାନ ଅଭାବରୁ ପ୍ରତିଦିନ ଶହଶହ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । କିନ୍ତୁ ରାଜ୍ୟସରକାର ପ୍ରକୃତ ତଥ୍ୟ ଲୁଚାଉଛନ୍ତି । ୧୮ ତାରିଖରେ ୫୪ ଜଣଙ୍କର ମୃତ୍ୟୁ ହୋଇ୍ଥିଲା । ଶବ ସଂସ୍କାର ପାଇଁ ୫୪ ଜଣଙ୍କୁ ଟୋକନ ଦିଆଯାଇଥିଲା । ମାତ୍ର ସରକାରୀ ରେକର୍ଡରେ ଶୂନ୍ୟ ବୋଲି ଦର୍ଶାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?