Masthead

୬ଟଙ୍କାରେ କୋଟିପତି

ବାରିପଦା(ବଡ଼ ଖବର ବ୍ୟୁରୋ): ପାଗଳ କରିଛି କୋଟିପତି ହେବାର ସ୍ୱପ୍ନ ।ରାତାରାତି କୋଟିପତି ହେବାର ନିଶା ସମସ୍ତଙ୍କୁ ଘାରିଛି ।ଏପରି ଲୋଭନୀୟ ସ୍କିମରେ ସବୁଠୁ ବଡ ଟାର୍ଗେଟ ପାଲଟିଛନ୍ତି ଶ୍ରମିକ ଶ୍ରେଣୀର ଲୋକ ଓ ଅଳ୍ପ ପରିଶ୍ରମରେ ଅଧିକ ଆୟ କରିବାକୁ ଚେଷ୍ଟା କରୁଥିବା ଯୁବଗୋଷ୍ଠି । ଏହି ଅଫର ବାରିପଦାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମାତ୍ର ୬ ଟଙ୍କାରେ ଟିକେଟ କିଣିଲେ ହୋଇପାରିବେ କୋଟିପତି । ରାତାରାତୀ ଧନୀ ହେବାର ଲୋଭ ଦେଖାଇ ଲୋକଙ୍କୁ ଏମିତି ବାଉଳା କରାଯାଉଛି । ତେବେ ଏସବୁ ଟିକେଟ କେବଳ ପଶ୍ଚିମବଙ୍ଗରେ ବିକିବାର ନିୟମ ରହିଥିବା ବେଳେ ଓଡ଼ିଶାରେ ଏହି ନିୟମର ଖୁଲମଖୁଲା ଉଲଘଂନ ଚାଲିଛି । ବାହାର ଦେଶରୁ ଟିକେଟ ଆଣି ଚୋରାରେ କାରବାର କରୁଛନ୍ତି । ଘଟଣା ସଂପର୍କରେ ଅବଗତ ହୋଇ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁୁମାର ସେନାପତି ତଦନ୍ତ କରିବାକୁ ନଷ୍ପତ୍ତି ନେଇଛନ୍ତି ।

ସୂଚନାନୁଯାୟୀ, ବାରିପଦାରେ ଅନେକ ଲୋକ ଏହି ଠକେଇର ଶିକାର ହୋଇଛନ୍ତି । ଏଥିପାଇଁ ବାରିପଦା ଟାଉନ ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା