Masthead

ଧୋଇହୋଇଯାଇଛି କୋଟିକୋଟି ଟଙ୍କାର ପ୍ରକଳ୍ପ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ); ଉଦୟପୁର-ତାଳସାରି ମେରାଇନ ଡ୍ରାଇଭର ପଥର ବନ୍ଧ କାର୍ଯ୍ୟ ନିମ୍ନ ମାନର ଚାଲିଛି । ଅଢେଇ କି.ମି ପଥର ବନ୍ଧରେ ୧୦୦ରୁ ଅଧିକ ଘାଇ ହୋଇଛି । ଧୋଇ ହୋଇଯାଇଛି କୋଟିକୋଟି ଟଙ୍କାର କାମ । ରାଜ୍ୟ ସରକାରଙ୍କର କୋଟି କୋଟି ଟଙ୍କାର ପ୍ରକଳ୍ପ ଅର୍ଥକୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଲୁଟ ଚାଲିଛି । ପ୍ରାୟ ଦଶବର୍ଷ ଧରି କାର୍ଯ୍ୟ ଚାଳିଥିଲେ ମଧ୍ୟ ଏଯାଏଁ ସରିପାରୁନି ବନ୍ଧକାର୍ଯ୍ୟ । ଚାଲିଥିବା ପଥର ବନ୍ଧ କାର୍ଯ୍ୟରେ ଠିକାଦାର ଏମିତି ଭାଗ ମାପ ଦେଇ କାର‌୍ୟ୍ୟ କରୁଛନ୍ତି ଯେ ସାମାନ୍ୟ ବର୍ଷା ହେଲେ ପଥର ବନ୍ଧ ଧୋଇ ସିଧା ସମୁଦ୍ରରେ ମିଶୁଛି ।

ସବୁ ଠାରୁ ବଡ଼ କଥାଯେ ମାତ୍ର ୨କିମି ୭ଶହ ମିଟର ପଥର ବନ୍ଧ କାର୍ଯ୍ୟକୁ ଯଦି ଠିକାଦାର ଜଣକ ୧୦ ବର୍ଷ ଲଗାନ୍ତି ଆଉ ବାରମ୍ବାର ପଥର ବନ୍ଧ ଭାଙ୍ଗୁଛି ତେବେ ଏଥିରୁ ହିଁ ସ୍ପଷ୍ଟ ଚିତ୍ର ବାରି ହେଉଛି ଯେ କେତେ ଉନ୍ନତ ମାନର କାର‌୍ୟ୍ୟ ଚାଲିଛି ପଥର ବନ୍ଧ  କାର୍ଯ୍ୟ । ଏହିକାର୍ଯ୍ୟର ଶିଳାନ୍ୟାସ ଖୋଦ୍ ମୁଖ୍ୟମନ୍ତ୍ରୀ କରିଥିଲେ । ତେବେ ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସନ୍ତୋଷ କୁମାର ଜେନା ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନନେଇ ଚୁପ୍ ବସିଛନ୍ତି ଜିଲ୍ଲା ଜଳ ସମ୍ପଦ କାର‌୍ୟ୍ୟ ନିର୍ବାହୀ ଯନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ