Masthead

ଜବତ ହେଲା କୋଟିଏ ଟଙ୍କାର ଗଞ୍ଜେଇ

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ):ମହାସମୁନ୍ଦ ପୋଲିସକୁ ମିଳିଛି ବଡ ସଫଳତା । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାବର୍ତ୍ତୀ ରାଜ୍ୟ ଛତିଶଗଡକୁ ଓଡିଶାରୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ଉପରେ ସବୁବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆସୁଥିଲା । ଆଜି ମହାସମୁନ୍ଦ ପୋଲିସ ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି । ଫଳଗଛର ଚାରା ସହ ଗଞ୍ଜେଇ ବୋଝେଇ କରି ବରଗଡ ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଯାଉଥିବା ଏକ ଟ୍ରକଟିକୁ ପୋଲିସ ଯାଞ୍ଚକରି ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଆଜି ସକାଳୁ ଏସପି ଧର୍ମେନ୍ଦ୍ର ସିଂଙ୍କ ନିର୍ଦ୍ଦେଶକ୍ରମେ ମହାସମୁନ୍ଦ ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ସନ୍ଦେହଜନକ ଗାଡି ଯାଞ୍ଚ କରାଯାଉଥିଲା କ୍ଷ ଠିକ୍ ଏହି ସମୟରେ ବରଗଡ ଅଂଚଳରୁ ବେଆଇନ ଭାବେ କନ୍ଧମାଳର ଏକ ଆଇଚର୍ ଟ୍ରକ୍ ଗାଡ଼ି ନମ୍ବର ଏମପି ୦୯ ଜିଜି ୯୪୫୦ ରାୟପୁର ଦେଇ ମଧ୍ୟପ୍ରଦେଶ ଆଡ଼କୁ ଯାଉଥିବା ବେଳେ ପୋଲିସ ରେହଟିଖୋଲ ଗାଁ ନିକଟରେ ଅଟକାଇ ଥିଲେ । ଗାଡି ଚାଳକ ସୁନିଲ ଭବରକୁ ଅଟକ ରଖି ପଚରାଉଚରା କରିବା ଫଳରେ ବୃକ୍ଷ ଓ ଉଦ୍ଭିଦ ଚାରା ନେଇ ମଧ୍ୟପ୍ରଦେଶ କୁ ଯାଉଥିବା ପ୍ରକାଶ କରିଥିଲା ।

ପୋଲିସ୍ ଟିମ୍ ଚାଳକଙ୍କୁ ସନ୍ଦେହ କରି ଗାଡିଟିର ଯାଞ୍ଚ କରାଯାଇଥିଲା । ଗାଡି ପଛପଟେ ଥିବା ଟ୍ରଲିରେ ଗଛ ଓ ଉଦ୍ଭିଦ ଚାରା ଭରପୂର ରହିଥିବା ବେଳେ ସେ ସବୁକୁ ବାହାର କରିବା ବେଳକୁ ତା ମଧ୍ୟରେ ୧୬ ଖଣ୍ଡ ପ୍ଲାଷ୍ଟିକ ଅଖା ଭର୍ତ୍ତି ଗଂଜେଇ ଦେଖିବାକୁ ମିଳିଥିଲା । ସମସ୍ତ ପ୍ଲାଷ୍ଟିକ୍ ଅଖାରେ ୪୦୦ କିଲୋଗ୍ରାମ ଗଂଜେଇ ଦେଖିବାକୁ ମିଳିଥିଲା । ଜାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି  ପୋଲିସ  ପକ୍ଷରୁ ସୂଚନା ମିଳିଛି । ଗଂଜେଇ ଟ୍ରକ ଜବତ କରିବା ସହିତ ଏହି ଘଟଣାରେ ସମୃକ୍ତ ଡ୍ରାଇଭର ସୁନିଲ ଭବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା