Masthead

ଦିଲ୍ଲୀ ପୋଲିସର ମହାନତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାରା ଦେଶରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ଏପରିକି ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ମହାମାରୀ କରୋନା ସମ୍ପର୍କରେ ଫାଟ ସୃଷ୍ଟି କରୁଛୁ । ସଂକ୍ରମିତ ମରିଗଲେ ପରିବାର ଲୋକେ ମୁହଁ ଏଡାଉଛନ୍ତି । ଶବଦାହ ପାଇଁ ସମ୍ପର୍କୀୟମାନେ ଆଗଭର ହେଉନାହାନ୍ତି । ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସ ସହଯୋଗର ହାତବଢାଇଛି । ଦିଲ୍ଲୀର ପ୍ରଶାନ୍ତ ବିହାର ପୋଲିସ ଷ୍ଟେସନ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ପ୍ରଶାନ୍ତ ବିହାର ଥନା ଇନଚାର୍ଜ ପ୍ରବୀଣ କୁମାର ସହକର୍ମୀଙ୍କ ସହିତ କୋଭିଡ ପ୍ରୋଟୋକଲ ଅନୁସରଣ କରି ଶବକୁ ଘରୁ ନେଇ ଦାହ କରିଛନ୍ତି । ଦିଲ୍ଲୀର ରୋହିଣୀ ସେକ୍ଟର ୧୪ ରେ ଏକ ପରିବାରର ସମସ୍ତ ସଦସ୍ୟ କୋଭିଟ୍ ପଜିଟିଭ ହୋଇଥିଲେ । ସମସ୍ତେ ହୋମ ଆଇସୋଲେସନ୍ରେ ରହୁଥିଲେ । ମାତ୍ର ରବିବାର ପରିବାରର ମୁଖ୍ୟଙ୍କର ମୃତ୍ୟୁ ହେବାରୁ ପଡୋଶୀମାନେ ମଧ୍ୟ ନିଜକୁ ଦୂରେଇ ରଖିଥିଲେ। ଏଭଳି ପରିସ୍ଥିତିରେ ମୃତଦେହକୁ ଶବଦାହ କିପରି ସକ୍ରାର କରାଯିବ ସବୁଠାରୁ ବଡ ପ୍ରଶ୍ନ ଥିଲା ।

କାରଣ ଲୋକମାନେ ଏତେ ଭୟଭୀତ ହୋଇପଡିଥିଲେ ଯେ ସେମାନେ ଘର ନିକଟକୁ ଯିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ। କେହି ଜଣେ ପ୍ରଶାନ୍ତ ବିହାର ଥାନାକୁ ସୂଚନା ଦେଇଥିଲେ। ପ୍ରଶାନ୍ତ ବିହାର ଥାନା ଆଇଆଇସି ପ୍ରବୀଣ କୁମାର ସହକର୍ମୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ôଚ ଆମ୍ବୁଲାନ୍ସ ଏବଂ ଡେଡବଡି ପ୍ୟାକିଂର ବ୍ୟବସ୍ଥା କରିଥିଲେ। ପୋଲିସ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ମିଳିତ ସହଯୋଗରେ ଶବ ବ୍ୟବଚ୍ଛେଦ ପରେ ଦାହ କରାଯାଇଥିଲା । ପ୍ରବୀଣ କୁମାର ମାନବିକତାର ଏକ ଉଦାହରଣ ସୃଷ୍ଟି କରିଥିବାରୁ ଦିଲ୍ଲୀ ପୋଲିସର ଗୌରବ ବଢିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ