Masthead

ଜିଲ୍ଲାପାଳଙ୍କ ହାତରେ ଠାକୁରଙ୍କ ଭାଗ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମରୀ କୋଭିଡ଼୍-୧୯ ସମସ୍ତଙ୍କୁ ଅଛୁଆ କରି ଦେଇଛି । କାମ ଧନ୍ଦା ବନ୍ଦ । ସମସ୍ତେ ଘରେ ହାତଯୋଡି ବସିଛନ୍ତି । ଠାକୁର ଦର୍ଶନ ଦୀର୍ଘଦିନ ହେଲା ଭକ୍ତର ଭାଗ୍ୟରେ ଜୁଟୁନି । ଠାକୁର କେମିତି ଅଛନ୍ତି ଜାଣିପାରୁନି ଭକ୍ତ । ପ୍ରସାଦ କଥା ପଚାରେ କିଏ । ମନ୍ଦିର ଆଗରେ ନତମସ୍ତକ ହୋଇ ଭକ୍ତ ବିକଳରେ କହୁୁଛି ପ୍ରଭୁ, ତୁମକୁ ତୁମେ ରକ୍ଷା କର । ଠାକୁର ବିନା ଭକ୍ତ ପାଗଳ । ଶୁଖିଗଲାଣି ବଗିଚାର ଫୁଲ, ତୁଳସୀ ଓ ଦୟଣା । ମନ୍ଦିର ଆଗରେ ଦୀପ, ଧୂପ ଓ ଭୋଗ ବିକ୍ରି କରି ପରିବାର ଚଳାଉଥିବା ଲୋକମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ସେବାୟତଙ୍କ କଥା ନକହିଲେ ଭଲ । ଭକ୍ତ ମନ୍ଦିରକୁ ଆସୁନଥିବାରୁ ଦକ୍ଷିଣା, ପାଉଣା ସବୁ ବନ୍ଦ । ପରିବାର ଚଳାଇବା କଷ୍ଟକର ହୋଇପଡୁଛି ।

ମହାମାରୀ କରୋନାର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇଲାଣି । ପ୍ରତି କ୍ଷେତ୍ର ସ୍ୱାଭାବିକ ହେଉଥିବା ବେଳେ ମନ୍ଦିର ଖୋଲିବାକୁ ନେଇ ସରକାର ଦ୍ୱନ୍ଦ୍ୱରେ ଅଛନ୍ତି । ମନ୍ଦିର ଖୋଲିବା ଦାବିରେ ସେବାୟତମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କୁ ଭକ୍ତଟିଏ ସମର୍ଥନ କରିବା ସ୍ୱାଭାବିକ । ଏଭଳି ସ୍ଥିତିରେ ସରକାରଙ୍କ ଚୈତନ୍ୟ ଉଦୟ ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚୀବ ଅସିତ ତ୍ରିପାଠୀ ସମସ୍ତ ଜିଲ୍ଲାପାଳମାନଙ୍କୁ ଏକ ଚିଠି କରିଛନ୍ତି । ଜିଲ୍ଲାପାଳମାନେ ହେବେ ଠାକୁରଙ୍କ ଭାଗ୍ୟ ବିଧାତା ।

କୋଭିଡ଼ କଟକଣା ଭିତରେ ମନ୍ଦିର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପୁରୀ ଶ୍ରୀମନ୍ଦିର ସମେତ ଦେବୋତ୍ତେର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡିକ ଖୋଲିବା ପାଇଁ ଚାଲିଛି ବିଚାର ବିମର୍ଷ । ଜିଲ୍ଲାପାଳମାନେ ସମସ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଦଶଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲାପାଳମାନଙ୍କ ଦିଆଯାଇଛି ନିର୍ଦ୍ଦେଶ । ମନ୍ଦିର ଖୋଲିବ କି ନାହି, ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷ୍ପତି ଜିଲ୍ଲାପାଳଙ୍କ ହାତରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା