କଂଗ୍ରେସକୁ ବଡ ଝଟକା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ମିଲିନ୍ଦ ଦେଓରା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମିଲିନ୍ଦ ଦେଓରା । କଂଗ୍ରେସ ସହ ୫୫ ବର୍ଷର ପାରିବାରିକ ସମ୍ପର୍କ ଛିନ୍ନ ହେଲା କହିଲେ ମିଲିନ୍ଦ । ସୋସିଆଲ ମିଡିଆ ଏକ୍ସ ଜରିଆରେ ଦେଲେ ସୂଚନା । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ସେ କଂଗ୍ରେସ ଛାଡି ମହାରାଷ୍ଟ୍ର ଏକନାଥଙ୍କ ନେତୃତ୍ୱାଧିନ ଶିବସେନାରେ ସାମିଲ ହୋଇପାରନ୍ତି । କିନ୍ତୁ ଦିନକ ପୂର୍ବର ସେ ଏହି ଚର୍ଚ୍ଚାକୁ ପ୍ରତ୍ୟାକ୍ଷାନ କରିଥିଲେ । ଦଳରୁ ଇସ୍ତଫା ଦେବା ସହ ଟ୍ୱିଟର ଏକ୍ସରେ ମଧ୍ୟ ନିଜର ମନ୍ତବ୍ୟକୁ ପ୍ରକାଶ କରିଛନ୍ତି । ମିଲିନ୍ଦ ଲେଖିଛନ୍ତି , ‘ମୋ ରାଜନୈତିକ ଯାତ୍ରାର ମହତ୍ୱପୂର୍ଣ୍ଣ ଅଧ୍ୟାୟର ଶେଷ ହୋଇଛି ।

ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଦେଇଛି । ପାର୍ଟି ସହ ମୋ ପରିବାରର ଦୀର୍ଘ ୫୫ ବର୍ଷର ସମ୍ପର୍କ ମଧ୍ୟ ଶେଷ ହୋଇଛି । ବର୍ଷ ବର୍ଷ ଧରି ଦଳୀୟ ନେତା ଓ ସମର୍ଥକଙ୍କ ସମର୍ଥନ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଉଛି’।  ମିଲିନ୍ଦ ଦେଓରା ହେଉଛନ୍ତି କଂଗ୍ରେସର ଅନ୍ୟତମ ଜଣାଶୁଣା ନେତା ସ୍ୱର୍ଗତଃ ମୂରଲୀ ଦେଓରାଙ୍କ ପୁଅ। ମିଲିନ୍ଦ ଦେଓରା ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ମୁମ୍ବାଇ ସାଉଥ୍ ଆସନରୁ ବିଜୟୀ ହୋଇଥିଲେ। ୨୦୧୪ ଓ ୨୦୧୯ରେ ସେ ଏହି ଆସନରୁ ପରାଜିତ ହୋଇଥିଲେ। ଏହି ଦୁଇ ଥର ସେ ଶିବ ସେନା ନେତା ଅରବିନ୍ଦ ସାୱନ୍ତଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଶିବ ସେନା ଭାଗ ହେବା ପରେ ଅରବିନ୍ଦ ସାୱନ୍ତ ରହିଛନ୍ତି ଉଦ୍ଧବ ଠାକରେଙ୍କ ସହିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’