Masthead

ପିଡିଏସ ଚାଉଳରେ ମହାଘୋଟାଲା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ସହ ଖେଳ । ପିଡିଏସ ଚାଉଳ ବଦଳରେ ଖାଉଛନ୍ତି ବିଷ । ପିଡିଏସ ଚାଉଳରେ ମହାଘୋଟାଲା । ୧ ବସ୍ତା ଚାଉଳରୁ ବାହାରୁଛି ୧ କେଜି ପ୍ଲାଷ୍ଟିକ ଚାଉଳ । ଅସଲି ଚାଉଳ ବଦଳରେ ମିଳୁଛି ନକଲି ଚାଉଳ । ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କ ପାଇଁ ମାଗଣା ପିଡିଏସ ଚାଉଳ ବାଣ୍ଟୁଥିବା ବେଳେ ଚାଉଳରେ ମିଶୁଛି ପ୍ଲାଷ୍ଟିକ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଂଚାୟତ ବାଲିପଦା ଗ୍ରାମରେ ।

୩ ମାସ ପାଇଁ ହିତାଧିକାରୀଙ୍କୁ ମିଳୁଥିବା ପିଡିଏସ ଚାଉଳ ସେଥିରେ ପ୍ଲାଷ୍ଟିକ ଚାଉଳ ବାହାରୁଥିବାରୁ ଦେଖିବାକୁ ମିଳିଛି । ହିତାଧିକାରୀଙ୍କ କହିବା ମୁତାବିକ ରୋଷେଇ କରିବା ପାଇଁ ପାଣିରେ ଚାଉଳପକାଇଲେ ଏହା ଭାସୁଥିବାର ଦେଖିବାକୁ ମିଳୁଛି । ଏବଂ ନିଆଁରେ ପୋଡିଲେ ସମ୍ଫୂର୍ଣ୍ଣ ଜଳି ଯାଇ ପ୍ଲାଷ୍ଟିକର ଗନ୍ଧ ବାହାରୁଛି । ପ୍ରତେକ ଚାଉଳ ବସ୍ତାରେ ୧କେଜିରୁ ଅଧିକ ପ୍ଲାଷ୍ଟିକ ଚାଉଳ ବାହାରୁ ଥିବା କହିଛନ୍ତି ହିତାଧିକାରୀ। ଚାଉଳ ବସ୍ତାରେ ଲେଖାଥିବା ଅନୁଯାୟୀ ଏହି ଚାଉଳ ଚାନ୍ଦବାଲି ହନୁମାନ ରାଇସମିଲରୁ ଆସୁଛି । ହିତାଧିକାରୀଙ୍କ କହିବା ମୁତାବିକ ତଦନ୍ତ କରାଯିବା ନିହାତି ଆବଶ୍ୟକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ