Masthead

ପାର୍କ ନାଁରେ ହରିଲୁଟ

ପାର୍କ ନାଁରେ ହରିଲୁଟ

କଟକ(ବଡ଼ ଖବର ବ୍ୟୁରୋ): ପାର୍କ ନାମରେ ବ୍ୟାପକ ହରିଲୁଟ । କଟକ ମହାନଗର ନିଗମ ଅନ୍ତର୍ଗତ ୪ ନମ୍ବର ୱାର୍ଡ ସିଡିଏ ସେକ୍ଟର-୮ ଅଞ୍ଚଳରେ ଥିବା ଏକ ପାର୍କଟି ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ପାର୍କ ନିର୍ମାଣ କରିବା ପରେ ଭୁଲିଗଲେ ରକ୍ଷଣାବେକ୍ଷଣା କଥା । ଫଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କ ନିର୍ମାଣ କରାଯାଉ ଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସି ପାରୁନାହିଁ ।

ଏଠି କେବଳ ପାର୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହେଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ପାର୍କ ନାଁ କିମ୍ବା ଏହି ପ୍ରକଳ୍ପରେ ବ୍ୟୟ ବରାଦ ହୋଇଥିବା ଅର୍ଥ ସମ୍ବଦ୍ଧରେ କିଛି ସୂଚନା ଫଳକ ଲଗାଯାଇ ନ ଥିବାରୁ ଲୋକଙ୍କ ସନ୍ଦେହ ବଢ଼ିଛି । ସିଡିଏ ସେକ୍ଟର-୮ ନମ୍ବର ଅଞ୍ଚଳରେ ଥିବା ଏହି ପାର୍କଟିର କୌଣସି ନାମଫଳକ ଲଗାଯାଇ ନାହିଁ ।

ଦୁଇବର୍ଷ ତଳେ ନିର୍ମାଣ ହୋଇଥିବା ପାର୍କଟି ଏବେ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେଥି ମଧ୍ୟରୁ କିଛି ସିମେଣ୍ଟର ବେଞ୍ଚ୍ ଭାଙ୍ଗିଯିବା ସହିତ ଦବି ଗଲାଣି । ରାତି ହେଲେ ସେହି ପାର୍କ ଭିତରେ ନିଶାଡ଼ିଙ୍କ ଆଡ୍ଡା ଜମୁଛି । ପାର୍କର ମରାମତି ପାଇଁ ସ୍ଥାନୀୟ ଲୋକମାନଙ୍କର ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥାନୀୟ କର୍ପୋରେଟର ଓ ମହାନଗରନିଗମର ବିଭାଗୀୟ ଅଧିକାରୀମାନେ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା