Masthead

ଲୋନ ଦେବା ନାଁରେ ଠକେଇ

କୋଣାର୍କ (ବଡ଼ ଖବର ବ୍ୟୁରୋ):  ଲୋନ ଦେବା ନାଁରେ ଠକେଇ । ଟଙ୍କା ଆଦାୟ କରିବାକୁ ଯାଇ ମହିଳା ହଟହଟା । ମହିଲାଙ୍କୁ ଘେରିଲେ ଗାଁ ଲୋକେ । କୋଣାର୍କ ଥାନା କୁରୁଜଙ୍ଗ ପଞ୍ଚାୟତର କୁରୁମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁ ର ମହିଳାଙ୍କୁ ଲୋନ କରାଇଦେବା ନାଁରେ ଟଙ୍କା ଆଦାୟ କରି ହଟହଟା ହେଇଛନ୍ତି ଜଣେ ମହିଳା ଓ ତାଙ୍କ ସ୍ୱାମୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ  ରାଇବେରୁଆଁ ଗାଁ ର ସଖିଲତା ବେହେରା କୁରୁଜଙ୍ଗ ପଞ୍ଚାୟତର ଅନେକ ଗାଁ ସହିତ କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଅନେକ ଗାଁ ଲୋକଙ୍କ ଠାରୁ ଲୋନ କରାଇଦେବା ନାଁରେ ଟଙ୍କା ଆଦାୟ କରୁଥିଲେ।

ମହିଳା ଜଣଙ୍କ ଗାଁ ଲୋକଙ୍କଠାରୁ ଟଙ୍କା ନେଇ ଲୋନ କରାଇଦେଇଥିଲେ । ୩ ମାସ ପରେ ମଧ୍ୟ ମହିଳା ଧରାଛୁଆଁ ଦେଇନଥିଲେ । ମଙ୍ଗଳବାର ମହିଳାଙ୍କୁ ଗାଁ ଲୋକେ ଅଟକ ରଖି ଟଙ୍କା ଫେରାଇବା ପାଇଁ ଦାବି କରିଥିଲେ । ଦୀର୍ଷ ସମୟ ଅଟକ ରଖିବା ପରେ ଥାନାରେ ଏତଲା ଦେଇଥିଲେ ।  ଖବର ପାଇ ଘଟଣାସ୍ଥଳରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ କୋଣାର୍କ ଥାନା ଏସ.ଆଇ ଇତିପ୍ରିୟା ଦାଶ ଏକ ଟିମ ସହ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା