Masthead

ମୃତକଙ୍କ ପରିବାରକୁ ସହାୟତା ରାଶି ଯୋଗାଇବା ପାଇଁ ଦାବି

କଟକ (ବଡ଼ ଖବର ବ୍ୟୁରୋ): ତୁଳସୀପୁର ସ୍ଟୁଆର୍ଟପାଟଣା ଅଂଚଳର ୨୨ବର୍ଷୀୟ ଯୁବକ ଆଲୋକ ପ୍ରଧାନ ଗତ ୭ତାରିଖ ରାତିରେ ହରିଣପାର୍କର ପଛପଟେ ଥିବା ମଧୁକୁଞ୍ଜ ପାର୍କର ସମ୍ମୁଖରେ ତାଙ୍କର ବନ୍ଧୁର ଜନ୍ମଦିନ ପାଳନ କରୁଥିବା ସମୟରେ ସେଠାରେ ଥିବା ଏକ ବିଦ୍ୟୁତ ଖୁଣ୍ଟି ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲେ । ମୃତ ଆଲୋକଙ୍କ ବାପା, ମାଆଙ୍କ ବୟସ ଅଧିକ ହୋଇଯାଇଥିବାରୁ ଏବଂ ଆଲୋକ ତାଙ୍କ ଘରର ଏକ ମାତ୍ର ପୁତ୍ର ହେତୁ ତାଙ୍କ ପରିବାର ବର୍ତମାନ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ବୃଦ୍ଧ ଅବସ୍ଥାରେ ମୃତ ଆଲୋକହିଁ ତା ବାପା, ମାଆଙ୍କ ଏକାହିଁ ସାହା ଭରସା ଥିଲା ।

ହିନ୍ଦୁସେନା ତରଫରୁ ଅସହାୟ ବାପା, ମାଆ ଓ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସରକାର ଓ ବିଦ୍ୟୁତ ବିଭାଗର ଅବହେଳା ତଥା ତ୍ରୁଟି ଯୋଗୁଁ ନିରୀହ ଆଲୋକର ଜୀବନ ଦୀପ ଲିଭିଯାଇଥିବାରୁ ତାର ପରିବାରକୁ କ୍ଷତିପୂରଣ ବାବଦରେ ୧୦ଲକ୍ଷ ଟଙ୍କା ସହାୟତା ରାଶି ତୁରନ୍ତ ଯୋଗାଇଦେବା ସହିତ ସହରରେ ବିପଦ ସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଗୁଡିକୁ ତୁରନ୍ତ ମରାମତି କରାଯିବା ପାଇଁ ଦାବି କରିଛନ୍ତି । ଆଗକୁ ଯେପରି ଏହିଭଳି ଅଘଟଣ ନଘଟିବ ସେଥିପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ନିମନ୍ତେ କଟକ ଜିଲ୍ଲାପାଳଙ୍କୁ ଭେଟି ଦାବି କରାଯିବା ସହିତ ରାଜ୍ୟ ସରକାର ଏବଂ ବିଦ୍ୟୁତ ବିଭାଗକୁ ମଧ୍ୟ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ