Masthead

ବେଆଇନ ଜର୍ଦ୍ଦା କାରଖାନାରେ ଚଢ଼ାଉ

ଟାଙ୍ଗୀ-ଚୌଦ୍ୱାର( ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି ନକଲି ଜର୍ଦ୍ଦା କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ଜର୍ଦ୍ଦା କାରଖାନା ଚିହ୍ନଟ ହେଉଛି । ଆଜି ପୁଣି କଟକ ନିର୍ଗୁଣ୍ଡିରୁ ଚିହ୍ନଟ ହୋଇଛି ନକଲି ଜର୍ଦ୍ଦା କାରଖାନା । ସ୍ପେଶାଲ ସ୍କାର୍ଡ ଓ ଟାଙ୍ଗୀ ପୋଲିସର ମିଳିତ ଉଦ୍ୟମରେ ନିର୍ଗୁଣ୍ଡିଠାରେ ଚାଲିଥିବା ଖୁସୁବୁ ପ୍ରଡକ୍ଟ ନାମକ ଏକ ନକଲି ଗୁଟଖା କାରଖାନା ଉପରେ ଚଢାଉ କରାଯାଇଛି। ବିପୁଳ ପରିମାଣର କଞ୍ଚାମାଲ ସହିତ କେଏସ୪ ନାମକ ଗୁଟଖା ବିପୁଳ ପରିମାଣର ଜବତ କରିଛି ପୋଲିସ। ବିଭିନ୍ନ ପ୍ୟାକିଂ ମେସିନ ଜବତ କରାଯାଇଛି । ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ଦୀର୍ଘଦିନ ହେବ ମୁଖ୍ୟ ଗେଟ ଓ ସଟର ବନ୍ଦ କରି ନକଲି ଗୁଟଖା ତିଆରି ହେଉଥିବା ଖବର ସ୍ପେଶାଲ ସ୍କ୍ୱାର୍ଡ଼ ବିଶେଷ ସୂତ୍ରରୁ ଖବର ପାଇବା ପରେ ଆଜି ଅଚାନକ ଚଢାଉ କରିଥିଲା। ଚଢାଉ ସମୟରେ ଜବତ ହୋଇଥିବା ନକଲି ଗୁଟଖାର ଦାମ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସ୍ପେଶାଲ ସ୍କ୍ୱାର୍ଡ଼ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢାଉରେ ସ୍ପେଶାଲ ସ୍କ୍ୱାର୍ଡ଼ର ପଦ୍ମନାଭ ପ୍ରଧାନ ଓ ଟାଙ୍ଗୀ ପୋଲିସର ସବନ୍ସପେକ୍ଟର ରଶ୍ମିତା ନାୟକ, ଶତ୍ରୁଘନ ଦଳାଇ, ଏସଆଇ ସଦାଶିବ ଧୀର, ଏସଆଇ ଅକ୍ଷୟ ସ୍ୱାଇଁଙ୍କ ସମେତ ଟାଙ୍ଗୀ ପୋଲିସର ବହୁ କର୍ମଚାରୀ ସାମିଲ୍ ହୋଇଥିଲେ । ତେବେ ଖସି ପଳାଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ଼ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ