Masthead

‘ଡିପ୍ ଫେକ୍’ର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):ଅଭିନେତ୍ରୀ ରଶ୍ମୀକା ମନ୍ଦନା, ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ଡିପ୍‌ ଫେକ୍‌ର ଶିକାର ହେଲେ କ୍ରିକେଟର ଭଗବାନ ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଭାଇରାଲ ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଡିପ ଫେକ୍ ଭିଡିଓ । ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ସଚିନଙ୍କ ଏହି ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଖୋଦ୍ କ୍ରିକେଟର ଭଗବାନ । ଏଥିସହିତ ସେ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରି ଏହା ମିଛ ଭିଡିଓ ବୋଲି ସୂଚନା ଦେଇଛନ୍ତି ।

ଗତ କିଛି ମାସ ଧରି ଏଆଇ ସାହାଯ୍ୟରେ ଲୋକପ୍ରିୟ ସେଲିବ୍ରିଟିଙ୍କ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଏବେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପାଳି ପଡିଛି। ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଚିନ ଏକ ଆପର ପ୍ରମୋସନ୍ କରୁଥିବା ଦେଖିବାକୁ ମିଳୁଛି। ଆଉ ଏହି ଏଆଇ ଭିଡିଓରେ ସଚିନଙ୍କ ଭିଡିଓ ଡବିଂ କରି ଏଡିଟ୍ କରାଯାଇଥିବା ଜଣାପଡିଛି। କେବଳ ସେତିକି ନୁହେଁ ଏହି ଆପ୍‌ ଜରିଆରେ ତାଙ୍କ ଝିଅ ସାରାଙ୍କୁ ମଧ୍ୟ ଆର୍ଥିକ ଲାଭ ଉଠାଉଥିବା ନେଇ ମିଛ ଦାବି କରାଯାଇଛି ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସଚିନ ତେନ୍ଦୁଲକର ଟେକ୍‌ନିକ୍‌ର ଦୁରୁପୋଯୋଗ କରାଯାଇଥିବା ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ଉକ୍ତ ଡିପ୍‌ ଫେକ୍‌ ଭିଡିଓକୁ ସେୟାର କରି ସଚିନ କହିଛନ୍ତି, ‘ଏହି ଭିଡିଓ ମିଛ ବା ଫେକ୍। ଟେକ୍ନୋଲୋଜିର ଖରାପ ବ୍ୟବହାର କରାଯାଉଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଏଭଳି ଭିଡିଓ, ବିଜ୍ଞାପନ ଓ ଆପ୍ସ ବିରୋଧରେ ଅଭିଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ ଏଥିସହ ଏଭଳି ଭିଡିଓ ପ୍ରତି ସାବଧାନ ହେବା ସହ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ରିକେଟର ଶୁଭମନ ଗିଲଙ୍କର ମଧ୍ୟ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ