Masthead

ଶିକ୍ଷା ପ୍ରଲୋଭନ ଦେଖାଇ ଟଙ୍କା ଲୁଟିନେଲେ ସାଇବର ଠକ

କଣ୍ଟାବାଞ୍ଜି(ବଡ଼ ଖବର ବ୍ୟୁରୋ):ଧୀରେ ଧୀରେ ସାଇବର ଠକ ଙ୍କ ସଂଖ୍ୟା ବଢିଚାଲିଛି । ଲୋକଙ୍କ ସହ ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ କରି ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକି ଚାଲିଛନ୍ତି ସାଇବର ଠକ ।ଏପରିକି ଅନେକ ଶିକ୍ଷିତ ବର୍ଗର ଲୋକେ ମଧ୍ୟ ଠକାମିରୁ ବାଦ ପଡୁ ନାହାନ୍ତି । ଫେସବୁକ ରେ ବନ୍ଧୁତା ପରେ ପୁଅର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ସୁବିଧା ଦିଆଯିବାର ପ୍ରଲୋଭନ ଦେଖାଇ ସିନ୍ଧେକେଲା ର ଜଣେ ବ୍ୟକ୍ତି ଙ୍କ ଠାରୁ ୧୬୫୦୦ ଟଙ୍କା ଠକେଇ କରିଥିବା ଝାରସୁଗୁଡାର ଅମିତାଭ ପଟ୍ଟନାୟକ (୩୬)ଙ୍କୁ ସିନ୍ଧେକେଲା ପୋଲିସ ଗିରଫ କରିଥିବା ନେଇ ସାମ୍ବାଦିକ  ସମ୍ମିଳନୀରେ ଟିଟିଲାଗଡ ଏସଡ଼ିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଥିଲେ ।

ସିନ୍ଧେକେଲା ଗ୍ରାମର ରାଜୀବ କୁମାର ସାହୁଙ୍କ ଠାରୁ ଗୁଗୁଲ କମ୍ପାନୀ ତରଫରୁ ଶିଶୁର ଶିକ୍ଷାର ସମସ୍ତ ସୁବିଧା ପାଇଁ ରେଜିଷ୍ଟ୍ରସନ ପାଇଁ ୧୬୫୦୦ ଟଙ୍କା ଦେବାକୁ କହି ଟଙ୍କା ଠକି ନେଇଥିଲା । ଫେସବୁକ ରେ ବନ୍ଧୁତା କରି ଠକ ଜଣକ ଠକାମୀ କରିଥିଲା ।ସିନ୍ଧେକେଲା ଥାନାରେ ଗତ ଜୁନ ୩୦ ତାରିଖରେ ଅଭିଯୋଗ ପରେ ଏସପିଙ୍କ ନିର୍ଦେଶରେ ଏକ ଟିମ ଗଠନ କରି ଝାରସୁଗୁଡା ଜିଲାର ସରବାହାଲ ଗ୍ରାମର ଅମିତାଭ ପଟ୍ଟନାୟକକୁ ଗିରଫ କରିବା ସହ ତାଠାରୁ ୬୧୦୦ ଟଙ୍କା ଓ ଦୁଇଟି ମୋବାଇଲ ଜବତ କରିଛି ସିନ୍ଧେକେଲା ପୋଲିସ ।ଏହି ଠକ ଜଣକ ବଲାଙ୍ଗିର ଥାନାର ଅନ୍ୟ ଏକ କେସରେ ମଧ୍ୟ ଜଡିତ ଥିବା ପୋଲିସ କହିଛି । ପୁର୍ବରୁ ଅନେକ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଠକ ଜଣକ ସ୍ୱୀକାର କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ