Masthead

ଅଡ଼ୁଆରେ ସିନିଅର ପାୱାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ସିନିଅର ପାୱାର ଏବେ ଅଡ଼ୁଆରେ। ନିଜ ପୁତୁରା ଅଜିତଙ୍କ ବିଦ୍ରୋହ ପରେ ଶରଦ ପାୱାରଙ୍କ ସବୁଠାରୁ ବଡ ଆହ୍ବାନ ହେଉଛି ଏନସିପି ଉପରେ ନିଜର ଅଧିକାର ବଜାୟ ରଖିବା। ସିନିଅର ପାୱାରଙ୍କୁ ବର୍ତ୍ତମାନ ତାଙ୍କ ପରିବାର ଓ ପାର୍ଟି ଉଭୟକୁ ଭାଙ୍ଗିବାରୁ ରୋକିବାକୁ ପଡ଼ିବ । ଯାହା ପାଇଁ ସେ କସରତ ଆରମ୍ଭ ମଧ୍ୟ କରିସାରିଛନ୍ତି । ସକାଳେ ମହାରାଷ୍ଟ୍ରର ସତାରରେ ପହଞ୍ଚି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଶରଦ । ଏଥିସହ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି ସିନିଅର ପାୱାର ।

ଅନ୍ୟପଟେ ଚାଚାଙ୍କ ରାଜନୈତିକ ଗୋଟିଚାଳନାରେ ଫିକା ନଜର ଆସୁଛନ୍ତି ଭତିଜା ଅଜିତ ପାୱାର। ଗତ କାଲି ୪୦ ବିଧାୟକ ନିଜ ସପକ୍ଷରେ ଥିବା କହୁଥିବା ଅଜିତଙ୍କ ବଦଳିଛି ସ୍ୱର । ଅଜିତ ତାଙ୍କ ସମର୍ଥନରେ ୩୦ ବିଧାୟକ ଥିବା କହୁଛନ୍ତି । ତେବେ ଏ ସବୁ ଭିତରେ ଅଜିତଙ୍କ ସହ କେବଳ ୯ ଜଣ ବିଧାୟକ ଥିବା ଚର୍ଚ୍ଚା ହେଉଛି । ତେବେ ଅଜିତଙ୍କୁ ନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ମହାରାଷ୍ଟ୍ର ସରକାରରେ ଅନେକ ନେତା ଉପସ୍ଥିତ ଥିଲେ । ତେବେ ମହାରାଷ୍ଟ୍ରରେ ଏପରି ରାଜନୈତିକ ଉଷ୍ଣତା ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ବିଜେପି ଯେଉଁ ନେତାମାନଙ୍କୁ କାଲି ପର୍ଯ୍ୟନ୍ତ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା କହୁଥିଲା ସେମାନଙ୍କୁ କେମିତି ସରକାରରେ ସାମିଲ କଲା ପ୍ରଶ୍ନ କରିଛନ୍ତି ବିରୋଧୀ । ଜୁନିଅର ପାୱାର ଏନସିପିର କିଛି ଭେଟେରାନ ନେତାଙ୍କ ସହ ମହାରାଷ୍ଟ୍ରର ସିନ୍ଦେ ସରକାରରେ ଯୋଗ ଦେଇଛନ୍ତି। ଅଜିତ ପୂର୍ବରୁ ମଧ୍ୟ ବିଦ୍ରୋହ କରିଛନ୍ତି। ସେତେବେଳେ ଶରଦଙ୍କ ଚାଲ ଅଜିତଙ୍କ ଉପରେ ଭାରି ପଡ଼ିଥôଲା । ବର୍ତ୍ତମାନ ପୁଣି ତିନି ବର୍ଷ ପରେ ଆସିଥିବା ଏହି ବଡ଼ ଚ୍ୟାଲେଞ୍ଜକୁ କେମିତି ମୁକାବିଲା କରିବେ ଭେଟେରାନ ଶରଦ ତାହା ଦେଖିବା ମଜାଦାର ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା