ଖପ୍ରାଖୋଲ ଛଚେନବାହାଲିରେ ସୁନାଖଣି ଠାବ!

ପାଟଣାଗଡ଼(ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଖପ୍ରାଖୋଲ ଛଚେନବାହାଲିରେ ସୁନାଖଣି ଠାବ । ଖପ୍ରାଖୋଲ ବ୍ଲକ ଛଚେନବାହାଲି ଗ୍ରାମର ମହମ୍ମଦ ଜାବେଦ ନାମକ ଜଣକ ବ୍ୟକ୍ତି ତାଙ୍କ ଚାଷ ଜମିରେ କିଛି ଦିନ ଆଗରୁ ନଳକୂପ ଖୋଲିଥିଲେ । ଗତକାଲି ଉକ୍ତ ନଳକୂପରେ ପାଣି ବାହାର କରିବା ସମୟରେ କିଛି ସୁନା ଭଲି ଦେଖାଯାଉଥିବା ପଦାର୍ଥ ଦେଖିବାକୁ ପାଇଥିଲେ । ପରେ ଖପ୍ରାଖୋଲ ତହସିଲଦାରଙ୍କୁ ଖବର ଦେଇଥିଲେ ।

ତହସିଲଦାର ତୁରନ୍ତ ପୋଲିସ ଅଧିକାରୀ ଏବଂ ବିଡିଓଙ୍କ ସହ ମିଶି ଉକ୍ତ ସ୍ଥାନକୁ ଯାଇଥିଲେ ଏବଂ ସେଠାରୁ କିଛି ମାଟି ର ସୋମ୍ପଲ ସଂଗ୍ରହ କରି ଲ୍ୟାବ କୁ ପଠାଯିବ ଏବଂ ଯଦି ତାହା ଲ୍ୟାବରେ ଟେଷ୍ଟ ହେଲା ପରେ ସୁନା କିମ୍ବା କୌଣସି ଧାତୁ ବୋଲି ଜଣାପଡେ ତା ହେଲେ ସରକାରଙ୍କୁ ଜଣାଇଦିଆଯିବ ବୋଲି ସୂଚନା ଦେଇଛନ୍ତି । ଉକ୍ତ ନଳକୂପକୁ ପ୍ରଶାସନ ଦ୍ୱାରା ସିଲ କରି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’