Masthead

କେନ୍ଦ୍ରିଭୂତ ହେଲା ଲଘୁଚାପ, ୧୧ ତାରିଖ ସୁଦ୍ଧା ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ), ୯/୧୦: ଆଣ୍ଡାମାନ ସମୁଦ୍ରରେ ଘନିଭୂତ ହୋଇଥିବା ଘୁର୍ଣ୍ଣିବଳୟ ଆଜି ସକାଳେ ଲଘୁଚାପର ରୂପ ନେଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ପରେ ଉତ୍ତର ପୂର୍ବ ଆଡ଼କୁ ଗତି କରୁଛି ।

ଏନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଲଘୁଚାପ ବାତ୍ୟାର ରୂପ ନେଇ ପାରେ । ଏହି ବାତ୍ୟା ରବିବାର ୧୧ ତାରିଖ ସଂଧ୍ୟା ବା ରାତି ସୁଦ୍ଧା ସ୍ଥଳଭାଗ ସ୍ପର୍ଶ କରିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞମାନେ ।

ବିଭାଗୀୟ ତଥ୍ୟ ଅନୁଯାୟୀ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପକାଇବ । ବିଶେଷ କରି ଉପକୂଳର ଗଞ୍ଜାମ, ପୁରୀ, ଜଗତସିଂହପୁର ଜିଲ୍ଲା ସମେତ ଖୋର୍ଦ୍ଧା, ଗଜପତି, ମାଲକାନଗିରି, କୋରାପୁଟ ଭଳି ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ ।

ତେବେ ଏପର୍ଯ୍ୟନ୍ତ ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନାହିଁ । ରାଜ୍ୟ ରିଲିଫ କମିଶନର ମଧ୍ୟ କୌଣସି ସତର୍କ ସୂଚନା ଏପର୍ଯ୍ୟନ୍ତ ଜାରି କରି ନାହାନ୍ତି । ବାତ୍ୟାର ଗତିପଥ ସ୍ପଷ୍ଟ ହେବା ପରେ ସତର୍କ ସୂଚନା ଦିଆଯିବ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି