Masthead

‘ରେମାଲ୍‌’ ତାଣ୍ଡବ: ୧୦ ଜଣଙ୍କ ମୃତ୍ୟୁ, ୧୫ ଲକ୍ଷରୁ ଅଧିକ ଘର ନଷ୍ଟ

ପଶ୍ଚିମବଙ୍ଗ(ବଡ଼ ଖବର ବ୍ୟୁରୋ):  ବାଂଲାଦେଶରେ ବାତ୍ୟା ‘ରେମାଲ’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ନେଇ ବାଂଲାଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ରେମାଲ’ ପ୍ରଭାବରେ ଭାଙ୍ଗି ଯାଇଛି ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଘର । ୩୫ ହଜାରରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ, ୧୦ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ୍ କରାଯାଇଛି । ରେମାଲ’ ପଛରେ ଛାଡ଼ି ଯାଇଛି ଅନେକ ଚିହ୍ନ । କୋଲକାତା ସମେତ ପୂରା ପଶ୍ଚିମବଙ୍ଗରେ ଅନେକ କ୍ଷୟକ୍ଷତି ଘଟାଇଛି । କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି, କେଉଁଠି ନଦୀ ବନ୍ଧ ଭୁଶୁଡ଼ି ଯାଇଛି । ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, ହାୱଡା, ହୁଗୁଳି ଜିଲ୍ଲା ସମେତ ବାଂଲାଦେଶରେ ତାଣ୍ଡବ ରଚିଛି ରେମାଲ ।

ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ ଗତକାଲି ଲ୍ୟାଣ୍ଡଫଲ୍ କରିବା ପରେ ଏହି କ୍ଷୟକ୍ଷତି ଘଟାଇଛି। ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଏକ ଅବପାତରେ ପରିଣତ ହୋଇସାରିଛି। ବାତ୍ୟାରେ ବାସସ୍ଥାନ ହରାଇଥିବା ଲୋକଙ୍କ ଲାଗି ବିଭିନ୍ନ ସ୍ଥାନରେ ୯ ହଜାରରୁ ଅଧିକ ଆଶ୍ରୟ ସ୍ଥଳ ଖୋଲାଯାଇଛି। ବିଭିନ୍ନ ଆଶ୍ରୟ ସ୍ଥଳରେ ପ୍ରାୟ ୮ ଲକ୍ଷ ଲୋକେ ଆଶ୍ରୟ ନେଇଛନ୍ତି। ୧୪ ଶହରୁ ଅଧିକ ଡାକ୍ତରୀ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୨୯ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ