Masthead

ହୃଦୟହୀନା ଅଫିସର, ବୃଦ୍ଧଙ୍କୁ ଠେଙ୍ଗାରେ ପିଟିଲେ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଜାରି ରହିଛି । ଏହାକୁ ତଦାରଖ କରିବା ପାଇଁ ଜିଲ୍ଲାରେ ୧୭ଟି ସ୍କ୍ବାର୍ଡ ଗଠନ କରାଯାଇଛି। ଏଥିରେ ମାଜିଷ୍ଟ୍ରେଟ୍‌, ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ରହିଛନ୍ତି। ଏହି ସ୍କ୍ବାର୍ଡ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗ୍ରସ୍ତକରି କୋଭିଡ୍‌ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବେ । ଏହାସହ ଅମାନିଆଙ୍କୁ ସାବାଡ କରି ତାଙ୍କଠାରୁ ଜରିମାନା ଆଦାୟ କରିବେ । ହେଲେ ସ୍କ୍ବାର୍ଡର ଜଣେ ମାଜିଷ୍ଟ୍ରେଟ୍‌ ଲୋକଙ୍କୁ ସଚେତନ କରିବା ଓ ଅମାନିଆଙ୍କୁ ଜରିମାନା କରିବା ପରିବର୍ତ୍ତେ ଜଣେ ବୃଦ୍ଧ ବ୍ୟବସାୟୀ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆମେ କୌଣସି ବାହାର ଦେଶର କଥା କହୁନାହୁଁ କି କୌଣସି ବାହାର ରାଜ୍ୟର କଥା କହୁନାହୁଁ ନୁହେଁ । ଆମ ରାଜ୍ୟ ଓଡ଼ିଶାର ଝାରସୁଗୁଡ଼ା ସହରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଝାରସୁଗୁଡ଼ା ସହରର ବେହେରାମାଲ ସ୍ଥିତ କିସାନ ଛକରେ ଜଣେ ତରଭୁଜ ବିକାଳି ବୃଦ୍ଧଙ୍କୁ ଠେଙ୍ଗାରେ ମାଡ଼ ମାରିଛନ୍ତି ମହିଳା ମାଜିଷ୍ଟ୍ରେଟ୍ । ବୃଦ୍ଧଙ୍କୁ ମାଡ଼ ମାରୁଥିବା ମହିଳା ଜଣକ ହେଲେ ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗିତା ତିର୍କୀ । ଲକଡାଉନ ସମୟରେ ଦିନ ୧୧ଟା ପରେ ଦୋକାନ ବଜାର ବନ୍ଦ ହୋଇଥାଏ। ଠିକ୍ ଏହି ସମୟରେ ରାସ୍ତା ପାର୍ଶ୍ଵରେ ଜଣେ ତରଭୁଜ ବିକାଳୀ ବସିଥିବା ଦେଖି ମାଜିଷ୍ଟ୍ରେଟ ମାଡ଼ମ ନିଜ ଗାଡିରୁ ଓହ୍ଲାଇ ପଡିଲେ । ଗାଡ଼ିରେ ରଖିଥିବା ଠେଙ୍ଗା ଧରି ପହଞ୍ଚିଗଲେ ତରଭୁଜ ବିକାଳୀ ଦେବେନ୍ ଝାଙ୍କ ନିକଟରେ । ଆରମ୍ଭ କରିଥିଲେ ଲାଠିମାଡ଼ । ମହିଳା ମାଜିଷ୍ଟ୍ରଟଙ୍କ ଭିଡିଓ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଛତିଶଗଡ଼ର ଜଣେ ପ୍ରଶାସନିକ ଅଧିକାରୀ ଜଣେ ଅମାନିଆ ଯୁବକଙ୍କୁ ମାଡ ମାରିବା ଭିଡ଼ିଓ ଭାଇରାଲ ହେବା ପରେ ଛତିଶଗଡ଼ ସରକାର ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏବେ ମାଡାମଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ହେଉଛି ବଡ଼ ଖବରର ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ