Masthead

ଉତ୍କଳ ବିଶ୍ଵବିଦ୍ୟାଳୟ ଭୂଗୋଳ ବିଭାଗ ପକ୍ଷରୁ ସ୍ଵର୍ଗତଃ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଶୋକସଭା

ଭୁନବେଶ୍ଵର (ବଡ଼ ଖବର ବ୍ୟୁରୋ): ରାଜ୍ୟର ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ଗତ ଜୁନ ମାସ ୨ ତାରିଖରେ ପରଲୋକ ହୋଇଯାଇଛି । କୋଭିଡ୍ ୧୯ ସଂକ୍ରମଣରୁ ଚିକିତ୍ସିତ ହୋଇ ଭଲ ହୋଇଥିଲେ ବି ପରେ ତାଙ୍କର ସଂକ୍ରମଣ ପରବର୍ତ୍ତୀ ଜଟିଳତା ପାଇଁ ସେ ପ୍ରାଣ ହରାଇଥିଲେ । ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଉତ୍କଳ ବିଶ୍ୱ ବିଦ୍ୟାଳୟର ଭୂଗୋଳ ବିଭାଗର ଛାତ୍ର ଥିଲେ । ୧୯୭୩ ମସିହାର ଏହି ବିଭାଗର ଛାତ୍ରରୂପେ ବିଜୟଶ୍ରୀ ରାଉତରାୟ ବିଭାଗୀୟ ଟପ୍ପର ହୋଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଏଠାରେ ୧୯୭୧ ରୁ ୧୯୭୩ ଯାଏ ଛାତ୍ର ଥିବା ସହ ପରେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷକଭାବେ ଯୋଗ ଦେଇ ବେଶ୍ ସୁନାମ ଅର୍ଜନ କରିଥିଲେ ।

ଏହି ଉପଲକ୍ଷେ ବିଭାଗରର ବର୍ତମାନର ଶିକ୍ଷକ ଏବଂ ପୁରାତନ ଛାତ୍ରମାନେ ମିଶି ୱେବିନାର ମାଧ୍ୟମରେ ଏକ ସ୍ମୁତି ସଭାର ଆୟୋଜନ କରିଥିଲେ । ଏଥିରେ ପ୍ରାୟ ୧୦୦ରୁ ଅଧିକ ଛାତଛାତ୍ରୀ ଶିକ୍ଷକ ଯୋଗ ଦେଇ ତାଙ୍କର ସ୍ମୁତିଚାରଣ କରିଥିଲେ । ଯୋଗ ଦେଇଥିବା ବକ୍ତାମାନେ ସମସ୍ତେ ବିଜୟଶ୍ରୀ ରାଉତରାୟଙ୍କୁ ଜଣେ ମେଧାବୀ ଛାତ୍ର, ଛାତ୍ର ବତ୍ସଳ ଶିକ୍ଷକ ଏବଂ ଭୁଗୋଳ ବିଭାଗକୁ ଭଲ ପାଉଥିବା ଜଣେ ବ୍ୟକ୍ତିଭାବେ ସମସ୍ତେ ତାଙ୍କୁ ସବୁବେଳେ ମନେ ରଖିବେ ଏବଂ ବିଭାଗ ନିଜର ୫୦ ବର୍ଷର ଗୋଲଡେନ୍ ଜୁବୁଲୀ ପାଳନ କରିବାକୁ ଯାଉଥିବାବେଳେ ଏପରି ସମୟରେ ବିଜୟଶ୍ରୀଙ୍କୁ ହରାଇବା ବେଶ୍ ଦୁଃଖଦାୟକ ବୋଲି ସମସ୍ତେ ମତ ଦେଇଥିଲେ ।

ଏହି ସଭାକୁ ବିଭାଗୀୟ ମୁଖ୍ୟ ଡ. କୃଷ୍ଣ ଚନ୍ଦ୍ର ରଥ ପରିଚାଳନା କରିଥିବା ବେଳେ ପୂର୍ବତନ ଅଧ୍ୟାପକ ଜୟନ୍ତ କୁମାର ରାଉତରାୟ, ଡ. ଗୋପାଳ ପଣ୍ଡା, ଡ. କବୀର ମୋହନ ସେଠୀ, ଡ. ଆଶିଷ ପାଠୀ, ଡ. ରେଖା ଦେବୀ, ଡ. ରେଖା ଦେବୀ, ଡ.କୈଳାଶ ନାୟକ ଡ. ମନୋଜ ମେହେର ପ୍ରଭୁତି ଯୋଗ ଦେଇ ବିଜୟଶ୍ରୀ ରାଉତରାୟଙ୍କର ସ୍ମୃତିଚାରଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି