Masthead

ଶିଳ୍ପାଞ୍ଚଳରେ ବି ଦାଦନ ଦୁଃଖ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଦଲାଲଙ୍କ କବଳରେ ଆଦିବାସୀ ପରିବାରର ନିରିହ ନାବାଳିକା ଓ ନାବାଳକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ ଏବେ ଶିଶୁ ଦାଦନ ଶ୍ରମିକ । ଯାହା ସରକାରଙ୍କ ଶିଳ୍ପ ସ୍ଥାପନାକୁ ନେଇ ଉଠାଇଛି ପ୍ରଶ୍ନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧଗାଁ ଅଂଚଳରୁ ତାମିନାଡୁକୁ ଦାଦନ ଶ୍ରମିକ ଚାଲଣ ହେଉଥିବା କଥା ପ୍ରଥମେ ବଡ଼ ଖବର ଜାଣିବାକୁ ପାଇଥିଲା । ପରେ ଏନେଇ ଆରମ୍ଭ କରିଥିଲୁ ଅପରେସନ୍ ଦାଦନ । ଖବର ଭିତରକୁ ଗଲାପରେ ଖବର ଯାହାଥିଲା ତାଠାରୁ ଢେର ଅଧିକା ଲୋମ ହର୍ସଣ କାରି ଘଟଣା ଦେଖିବାକୁ ମିଳିଥିଲା । ତାମିଲନାଡୁରୁ ଆସିଥିବା ଏହି ବସ ଭିତରେ ହୋଇଥିଲା ଆମ ଅପରେସନ୍ । ପରେ ନିଦ ଭାଙ୍ଗିଲା ଜିଲ୍ଲା ପ୍ରଶାସନର । ଉଦ୍ଧାର ହେଲେ ୭ ନାବାଳିକା ୯ ନାବାଳକା ସହ ମୋଟ୍ ୧୬ ଜଣ ଶିଶୁ ଶ୍ରମିକ । ସରକାର ଶିଳ୍ପ ରାଜଧାନୀ କଳିଙ୍ଗନର ଓ ସୁନାର ସୁକିନ୍ଦା କହୁଥିବା ବେଳେ ପ୍ରକୃତରେ ଏକଥା ସଂପୂର୍ଣ୍ଣ ଅଲଗା । ଆଜିବି ଏଠିକାର ଭୋକର ଭୂଗୋଳ ନଜିର ରହିଛି ।

ଦଲାଲଙ୍କ କବଜାରେ ନିରିହ ଆଦିବାସୀ ଶିଶୁ ଶ୍ରମିକ । ଦଲାଲ ନେଟୱାର୍କ ଥିଲା ଅନ୍ତୋଜିଲ୍ଲା । ଏତିକିରେ କଥା ସରିଲାନି ଦଲାଲ ମାନଙ୍କ ହାତ ଲମ୍ବିଛି ରାଜ୍ୟରୁ ରାଜ୍ୟ ସୁଦୁର ତାମିଲନାଡୁ ପର୍ଯ୍ୟନ୍ତ । ତେବେ ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକ ମାନଙ୍କୁ ପୋଲିସ୍, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଉଦ୍ଧାର କରିଥିବା ବେଳେ ୧୮ ବର୍ଷ ଉର୍ଦ୍ଧ୍ବ ରହିଥିବା ଶ୍ରମିକ ମାନଙ୍କୁ ପୋଲିସ୍ ଘରକୁ ପଠାଇ ଥିଲା । ସେପଟେ ତାମିଲନାଡୁରୁ ଆସିଥିବା ବସକୁ ସୁକିନ୍ଦା ପୋଲିସ୍ ଥାନାରେ ଅଟକ ରଖି ତଦନ୍ତ ଜାର ରଖିବା ବେଳେ ଜିଲ୍ଲାପାଳ ଚକ୍ରବତୀ ସିଂହ ରାଠୋର ଏହି ଘଟଣାର ତଦନ୍ତ ଚାଲିଥିବା ବଡ଼ ଖବରକୁ କହିଛନ୍ତି ।

ତେବେ ଗୋଟିଏ ପଟେ ଶିଳ୍ପ ଅନ୍ୟ ପଟେ ଖଣି ହେଲେ ତଥାପି ଏଠିକା ଶିଶୁ ଓ ଶ୍ରମିକ ବାହାର ରାଜ୍ୟ କୁ ଯାଉଛନ୍ତି ଦାଦନ ଖଟି । ହେଲେ କାହିଁକି ସରକାର କରିଥିଲେ ଶିଳ୍ପାଞ୍ଚଳ । କାହା ସ୍ୱାର୍ଥପାଇଁ ଚାଲିଛି ଏ ଶିଳ୍ପସଂସ୍ଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ