Before Header

ନୂଆ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲେ ନୀତୀଶ

0 514

ବିହାର (ବଡ଼ ଖବର ବ୍ୟୁରୋ): ନୂଆ ସରକାର ଗଠନ ପାଇଁ ଦାବି ଜଣାଇଲେ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଜଣାଇଲେ । ରାଜ୍ୟପାଳଙ୍କୁ ଏନଡିଏ ସମର୍ଥନ ପତ୍ର ଦେଲେ ନୀତୀଶ । ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଲେ ନୀତୀଶ । ୭୮ ବିଜେପି, ୪୫ ଜେଡିୟୁ, ୪ଏଚଏଏମ, ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ । ସନ୍ଧ୍ୟାରେ ଶପଥ ନେବେ ନୀତୀଶ କୁମାର । ତାଙ୍କ ସହ ଶପଥ ନେବେ ୯ ମନ୍ତ୍ରୀ । JDU ଓ ବିଜେପିରୁ ୩ ଜଣ ଲେଖାଏଁ ଶପଥ ନେବେ । HAMରୁ ଜଣେ ଓ ଜଣେ ସ୍ବାଧୀନ ବିଧାୟକ ନେବେ ଶପଥ । ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ ଶପଥ ନେବେ । ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂ ମନ୍ତ୍ରୀ ଭାବେ ଶପଥ ନେବେ ।

Leave A Reply

Your email address will not be published.