Masthead

ସନ୍ଦେଶଖାଲି ମାମଲା, ଲାଇଭ ରିପୋଟିଂ ବେଳେ ସାମ୍ବାଦିକଙ୍କୁ ଗିରଫ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ସନ୍ଦେଶଖାଲି ମାମଲା । ସବୁ ସୀମା ଡେଇଁଲା ପୋଲିସ୍। ଲାଇଭ୍ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଉଠାଇ ନେଲା ପଶ୍ଚିମବଙ୍ଗ ପୁଲିସ୍ । ରିପବ୍ଲିକ ବାଙ୍ଗଲା ଟିଭି ସାମ୍ବାଦିକ ସନ୍ତୁ ପନଙ୍କୁ ଗିରଫ କରିଯାଇଛି । ଗତ ସନ୍ଧ୍ୟାରେ ସନ୍ଦେଶଖାଲି ରେ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରିଥିଲେ ସନ୍ତୁ ପନ୍। ସନ୍ଦେଶଖାଲିର ସ୍ଥିତି ସମ୍ପର୍କରେ ଦର୍ଶକଙ୍କୁ ଅବଗତ କରାଉଥିଲେ। ହେଲେ ଏହି ସମୟରେ ପୁଲିସ୍ ଓ ଅନ୍ୟ ଫୋର୍ସ ତାଙ୍କୁ ସେଠାରୁ ଟେକି ନେବା ସହ ତୁରନ୍ତ ଗିରଫ କରିଛନ୍ତି।

ସାମ୍ବାଦିକଙ୍କ ଉପରେ ଏପରି ବ୍ୟବହାରକୁ ନେଇ ବିଭିନ୍ନ ମହଳରୁ ନିନ୍ଦା କରାଯାଇଛି। ସେପଟେ ସନ୍ତୁ ପନଙ୍କ ନାଁରେ କିଛି ଅଭିଯୋଗ ରହିଛି ଯାହାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିବା ପଶ୍ଚିମବଙ୍ଗ ପୁଲିସ୍ କହିଛି। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ କରି ରିପବ୍ଲିକ ବାଙ୍ଗଲାର ସିନିୟର ଏଡିଟର ସରନେଲ ସରକାର କହିଛନ୍ତି, ପୁଲିସ୍‌ ଏପରି ପଦକ୍ଷେପ କିପରି ଉଠାଇ ପାରୁଛି ତାହା ବୁଝାପଡ଼ୁନି।

ଟିଏମସି ନେତା ଶାଜାହାନ ଶେଖଙ୍କୁ ଏଯାଏ ପୁଲିସ୍‌ ଗିରଫ କରି ପାରୁନି। ଶାଜାହାନ ଶେଖ ଏବେବି ସେଠାରେ ଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ପୁଲିସ୍‌ କିନ୍ତୁ ତାଙ୍କୁ କିପରି ଖୋଜି ପାରୁନି ତାହା ସନ୍ଦେହ ସୃଷ୍ଟି କରୁଛି। ସନ୍ତୁ ପନଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ମିଥ୍ୟା। କେବଳ ତାଙ୍କୁ ଗିରଫ କରିବା ନିମନ୍ତେ ଏପରି ମିଥ୍ୟା ଷଡଯନ୍ତ୍ର ରଚା ଯାଇଛି ବୋଲି କହିଛନ୍ତି ସରନେଲ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ