Masthead

ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’

‘ବଡ ଖବର’ ପରି ସାହାସର ସହ ଖବର ପରିବେଷଣ କରିବ ‘ସମାଲୋଚନା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ । ଓଡ଼ିଆ ଗଣମାଧ୍ୟମ ଜଗତରେ ଆଉ ଏକ ଖବର କାଗଜର ପ୍ରବେଶ ହୋଇଛି । ପୂର୍ବରୁ ସାପ୍ତାହିକ ଭାବେ ‘ସମାଲୋଚନା’ ଚାଲୁଥିବା ବେଳେ ଏଣିକି ଦୈନିକ ଭାବେ ଆରମ୍ଭ ହୋଇଛି । ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଜତକ୍ ସାହିତ୍ୟ ତକ୍ର ସମ୍ପାଦକ ଜୟପ୍ରକାଶ ପାଣ୍ଡେ ମୁଖ୍ୟବକ୍ତା ଭାବେ ମଂଚ ଗୌରବ ବଢାଇଥିଲେ । ସମ୍ମାନୀତ ଅତିଥି ଭାବେ କଂଗ୍ରେସ ଦଳ ବିଧାୟକ ଉପନେତା ଅଶୋକ ଦାସ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବୀ ଡ. ଜନ୍ମେଜୟ ରାୟ ମଂଚରେ ଉପସ୍ଥିତ ଥିଲେ । ‘ସମାଲୋଚନା’ର ଶୁଭ ଲୋକାର୍ପଣରେ ପୌରୋହିତ୍ୟ କରିଥିଲେ ‘ବଡ଼ ଖବର’ ନ୍ୟୁଜ ଚ୍ୟାନେଲର ସମ୍ପାଦକ ତଥା ‘ସମାଲୋଚନା’ ଖବର କାଗଜର ପ୍ରତିଷ୍ଠାତା ଅର୍ଦ୍ଧେନ୍ଦୁ ଦାସ ।

ଏହି ଅବସରରେ ମୁଖ୍ୟ ଅତିଥି ଯୋଗ ଦେଇଥିବା କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ‘ଯେଉଁଭଳି ଭାବରେ ଅର୍ଦ୍ଧେନ୍ଦୁ ଦାସ ସଂଘର୍ଷ କରି ଆଗକୁ ବଢିଛନ୍ତି ତାହା ପ୍ରଶଂସନୀୟ । ‘ବଡ଼ ଖବର’ ଭଳି ‘ସମାଲୋଚନା’ ମଧ୍ୟ ନିଶ୍ଚିତ ଜନ ଆଦୃତ ହେବ । ରାଜ୍ୟ ସରକାର ସବୁବେଳେ ଗଣମାଧ୍ୟମର ସ୍ୱାଧୀନତାକୁ ଗୁରୁତ୍ୱ ଦେଇଛନ୍ତି । ସମାଲୋଚନା ମଧ୍ୟ ନାଁ ଅନୁଯାୟୀ ସତ ଖବର ପରିବେଷଣ କରି ବିଭିନ୍ନ ପ୍ରସଙ୍ଗକୁ ଉଜାଗର କରିବ ବୋଲି ଆମେ ଆଶା କରୁଛୁ । ସେହିଭଳି ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଏଥିସହ ଏହା ‘ସମାଲୋଚନା’ ପାଠକୀୟ ଆଦୃତଲାଭ କରିବ ବୋଲି ଆଶା ପ୍ରକାଶ କରିଥିଲେ । ‘ବଡ଼ ଖବର’ ଭଳି ‘ସମାଲୋଚନା’ ମଧ୍ୟ ଲୋକଙ୍କ ନିକଟତର ପହଂଚିବ ବୋଲି କହିଥିଲେ ।

ସମ୍ମାନୀତ ଅତିଥି କଂଗ୍ରେସ ବିଧାୟକ ଅଶୋକ ଦାସ ବଡ଼ ଖବର ବିଷୟରେ କହିବା ସହ ସମାଲୋଚନାର ଭବିଷ୍ୟତ କାମନା କରିଥିଲେ । ବେଶୀଦିନ ସମାଜରେ ଅନ୍ୟାୟ ଅତ୍ୟାଚାର ଚାଲିବ ନାହିଁ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଜାତୀୟ ସ୍ତରର ସାମ୍ବାଦିକ ତଥା ସାହିତ୍ୟକ ଆଜତକ, ସାହିତ୍ୟ ତକର ସମ୍ପାଦକ ଓଡ଼ିଆ ଭାଷା ବିଷୟରେ କହିବା ସହ ଡିଜିଟାଲ ଯୁବରେ ଖବର କାଗଜ ପ୍ରାଥମିକତା କ’ଣ ସେ ବିଷରେ ଆଲୋକପାତ କରିଥିଲେ । ଲୋକାର୍ପଣ ଉତ୍ସବରେ ‘ବଡ଼ ଖବର’ର ସମ୍ପାଦକ ତଥା ‘ସମାଲୋଚନା’ର ପ୍ରତିଷ୍ଠାତା ଅର୍ଦ୍ଧେନ୍ଦୁ ଦାସ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର କଥା ସମସ୍ତଙ୍କ ଆଗରେ ରଖିଥିଲେ ।

ସମାଲୋଚନା ମାଧ୍ୟମରେ ସେ ଲୋକଙ୍କ ସମସ୍ୟାକୁ ଉପସ୍ଥାପିତ କରିବା ପାଇଁ ସମସ୍ତଙ୍କ ଆଶୀର୍ବାଦ ମାଗିଥିଲେ । ଏଥିସହ ସେ କହିଥିଲେ ଯେ ବଡ଼ ଖବର ଯେଉଁଭଳି ସାହାସର ସହ ଖବର ପରିବେଷଣ କରୁଛି ‘ସମାଲୋଚନା’ ମଧ୍ୟ ସେହିଭଳି ଖବର ପ୍ରକାଶ କରିବ । ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଲୋଚନାର ଲୋକାର୍ପଣ ଉତ୍ସବରେ ରାମଚନ୍ଦ୍ର ମେହେର ଓ ଶୁଭସ୍ମିତା ମିଶ୍ର ମଂଚ ପରିଚାଳନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବଡ଼ ଖବର ଗ୍ରୁପର ସିଇଓ କୀର୍ତ୍ତିକ ଚନ୍ଦ୍ର ରାୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ