Before Header

ପ୍ରଣାମ ରାଷ୍ଟ୍ରନାୟକ

ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ

0 66

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ । ୧୮୬୯ ଅକ୍ଟୋବର ୨ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ସମସ୍ତଙ୍କ ପ୍ରିୟ ବାପୁ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନାୟକ । ଦୀର୍ଘ ବର୍ଷ ଧରି ଚାଲିଥିବା ମୁକ୍ତି ଆନ୍ଦୋଳନକୁ ସଂଗଠିତ କରିଥିଲେ ମହାତ୍ମା ଗାନ୍ଧି । ତାଙ୍କରି ନେତୃତ୍ୱରେ ବ୍ରିଟିଶ ବିରୋଧରେ ଅସହଯୋଗ ଆନ୍ଦୋଳନ ଓ ପରେ ପରେ ଭାରତ ଛାଡ଼ ଆନ୍ଦୋଳନ ସଂଗଠିତ ହୋଇଥିଲା । ପୀଢି ପରେ ପୀଢି ତାଙ୍କ ଆଦର୍ଶ ଏ ଦେଶକୁ ଅନୁପ୍ରାଣିତ କରିଆସିଛି ।

ପ୍ରତିବର୍ଷ ଅକ୍ଟୋବର ୨ରେ ସାରା ଦେଶ ଧୁମଧାମରେ ଗାନ୍ଧି ଜୟନ୍ତୀ ପାଳନ କରେ । ଅନେକ ମତବାଦ ଓ ମତଭେଦ ସତ୍ତେ୍ୱ ଗାନ୍ଧୀ ଆଦର୍ଶ ଆଜି ବି ପ୍ରାସଙ୍ଗିକ । ଗାନ୍ଧିଜୀଙ୍କ ଅହିଂସାର ମନ୍ତ୍ରର ମହତ୍ତ୍ୱ ଆଜି ବି ରହିଛି । କେବଳ ଭାରତ ନୁହେଁ, ବିଦେଶରେ ବି ଗାନ୍ଧି ନୀତିକୁ ସମ୍ମାନ ଦିଆଯାଏ । ଗାନ୍ଧିଜୀଙ୍କ କାର୍ଯ୍ୟଶୈଳୀ ଦେଖି ବିଶ୍ୱର ସବୁଠୁ ବିଜ୍ଞ ବ୍ୟକ୍ତି ଆଲବର୍ଟ ଆଇନଷ୍ଟାଇନ୍ ସେତେବେଳେ କହିଥିଲେ, ‘Generations to come will scarce believe that such a one as this ever in flesh and blood walked upon this earth. ‘ ସେ କଥା ଆଜି ସତ ହେବା ଭଳି ଲାଗୁଛି । ବାପୁଙ୍କୁ ବୁଝିବାରେ ଅନେକ ଅସମର୍ଥ ହୋଇଛନ୍ତି । ତେବେ ମହାତ୍ମା ଏ ସବୁରୁ ଉଦ୍ଧ୍ୱର୍ରେ । ସେ ଏ ଦେଶର ଆଲୋକବର୍ତ୍ତିକା । ଚିର ସ୍ମରଣୀୟ ।

ଆଜି ମହାତ୍ମା ଗାନ୍ଧିଙ୍କ ସହ ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମଧ୍ୟ ପାଳନ କରୁଛି । ୧୯୦୪ ଆଜିର ଦିନରେ ଶାରଦା ପ୍ରସାଦ ଦୁଲାରୀ ଓ ରାମଦୁଲାରୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ଶାସ୍ତ୍ରୀଜୀ । ଅତ୍ୟନ୍ତ ଦାରିଦ୍ୟ ମଧ୍ୟରେ ତାଙ୍କ ବାଲ୍ୟ ଜୀବନ କଟିଥିଲେ ବି ସେ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ । ତାଙ୍କ ଭଳି ସଚ୍ଚୋଟ, ନୀତିସଂପନ୍ନ ପ୍ରଧାନମନ୍ତ୍ରୀ ଖାଲି ଭାରତ କାହିଁକି ସାରା ବିଶ୍ୱରେ ବିରଳ ।

ସେ ବୁଝିଥିଲେ ଭାରତର ବାସ୍ତବ ସମସ୍ୟ ଓ ଏହାର ସମାଧାନର ବାଟ । ସେ ଦେଇଥିଲେ ଜୟ ଯବାନ, ଜୟ କିସାନର ନାରା । ସେ ଖୁବ୍ ଶାନ୍ତି ପ୍ରିୟଥିଲେ । ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଶାନ୍ତିର କପୋତ ବୋଲି କହୁଥିଲେ । କିନ୍ତୁ ପାକିସ୍ତାନ ଯେବେ ଭାରତ ବିରୋଧୀ କାର୍ଯ୍ୟକଳାପ କଫରିଥିଲା, ସେତେବେଳେ ତାଙ୍କରି ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶ ୧୯୬୫ରେ ଯୁଦ୍ଧକୁ ଓହ୍ଲାଇଥିଲା । ଦମଦାର ବିଜୟ ସହ ଭାରତୀୟ ସେନା ବୀତରତ୍ୱର ସହ ଲାହୋର ଯାଏଁ ମାଡ଼ିଯାଇଥିଲା । ବିରୋଧରେ ଯୁଦ୍ଧ ଜୟ କରିଥିଲା । ତେବେ ଏହି ବିଜୟ ପରେ ଋଷିଆର ତାସକେଣ୍ଟରେ ରହସ୍ୟଜନକଭାବେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଜି ଦୁଇ ରାଷ୍ଟ୍ରନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ଖବର ପରିବାରର ଶ୍ରଦ୍ଧାସୁମନ ।

Leave A Reply

Your email address will not be published.