Masthead

ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଦୁଇ ଦୁଇଟି ବନ୍ୟାର ଦୁଃଖ ଯାଇନଥିବା ବେଳେ ଲଗାଣ ଲଘୁଚାପ ବର୍ଷା ଚାନ୍ଦବାଲି ବ୍ଲକର ଚାଷୀଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ବନ୍ୟା ପାଣିରେ ଧାନତଳି ଓ ବିଭିନ୍ନ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଲଘୁଚାପଜନିତ ଲଗାଣ ବର୍ଷା ଚାଷୀଙ୍କ ଆଶାକୁ ମାଟିରେ ମିଶାଇ ଦେଇଛି। ଜମିରେ ପାଣି ଜମି ରହିବାରୁ ଚାଷକାମ ଆଗକୁ ବଢ଼ି ପାରୁନାହିଁ। ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ପରେ ଚାଷୀମାନେ ନୂଆ କରି ଚାଷ ଆରମ୍ଭ କରିବାକୁ ଆଶା ବାନ୍ଧିଥିଲେ।

ହେଲେ ଲଗାଣ ବର୍ଷା ସେହି ଆଶା ଉପରେ ପୁଣି ପାଣି ଢାଳିଛି। ଅନେକ ଚାଷ ଜମିରେ ପାଣି ଜମି ରହିଥିବାରୁ ଧାନତଳି ପଚିଯିବା ଆଶଙ୍କା ଦେଖାଦେଇଛି । ଚାଷୀଙ୍କ କହିବା ଅନୁଯାୟୀ, ଚାଷ ପାଇଁ ଧାରକରଜ କରି ଖର୍ଚ୍ଚ କରିଥିବା ଟଙ୍କା ଫେରିବା ଆଶା ମଧ୍ୟ କ୍ଷୀଣ ହୋଇଛି। ଦୁଇ ଦୁଇଟି ବନ୍ୟାରେ ଘରଦ୍ୱାର ସହ ଚାଷ ଜମିରେ ବ୍ୟାପକ କ୍ଷତି ହୋଇଥିଲା। ବନ୍ୟା ପାଣି ଛାଡ଼ିବା ପରେ ଚାଷୀମାନେ ଜମିକୁ ସଜାଡ଼ି ପୁଣି ଚାଷ କରିବାକୁ ଚେଷ୍ଟା କରୁଥିଲେ। ହେଲେ ଏବେ ପୁଣି ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ଚଡ଼କ ସାଜିଛି।

ଏପଟେ ଫସଲ ନଷ୍ଟ ହେବା ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୁର୍ବଳ ହୋଇପଡ଼ିଛି । ବର୍ଷକର ଆହାର ଯୋଗାଇବା ପାଇଁ ଯେଉଁ ଧାନ ଚାଷ ଉପରେ ଚାଷୀ ପରିବାର ନିର୍ଭର କରୁଥିଲେ, ତାହା ଏବେ ପାଣି ମାଡ଼ରେ ବିପଦରେ । ନିଜ ଆଖି ଆଗରେ ଫସଲ ନଷ୍ଟ ହେଉଥିବା ଦେଖି ଅନେକ ଚାଷୀ ଭାଙ୍ଗିପଡ଼ିଛନ୍ତି। ଚାଷୀମାନେ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ଆବଶ୍ୟକ ସରକାରୀ ସହାୟତା, ଫସଲ କ୍ଷତିପୂରଣ ଓ ଚାଷ ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ