‘ଖୁବଶୀଘ୍ର ହେବ କ୍ଷୟକ୍ଷତି ଆକଳନ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାତ୍ୟା ମୋନ୍ଥା ପରେ ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି ଖୁବଶୀଘ୍ର ଆକଳନ ହେବ କ୍ଷୟକ୍ଷତି । ଆସନ୍ତାକାଲି ଠାରୁ କ୍ଷୟ କ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ । କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ । ୭୨ ଘଣ୍ଟା ରେ ଦେବେ ରିପୋର୍ଟ । ସେ ଆହୁରି ମଧ୍ୟ କହିଛନ୍ତି ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲାରୁ କର୍ମଚାରୀ ଙ୍କୁ ଅଣାଯିବ ।

ବହୁଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି । ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତି ପୂରଣ ଦିଆଯିବ । ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ । ଅନଲାଇନରେ ତୁରନ୍ତ କ୍ଷତି ପୂରଣ ଦିଆଯିବ । ୩୧ ତାରିଖ ଯାଏଁ ସତର୍କ ରହିବାକୁ ପଡିବ । ଆସନ୍ତାକାଲି କିଛି ଜାଗାରେ ବର୍ଷା ଅଛି । ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକରେ ସର୍ବାଧିବ ୧୫୦ ମିଲିମିଟର ବର୍ଷା ହୋଇଛି । ୫୬ ଟା ବ୍ଲକ ରେ ୫୦ ରୁ ୧୦୦ ମିଳିମିଟର ବର୍ଷା ହୋଇଛି । ୧୬୧ଟି ଟିମ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ ।

୨୧୬୪ ଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୯ ହଜାର ଲୋକଙ୍କୁ ସ୍ଥାନାନ୍ତିର କରାଯାଇଥିଲା । ୨୧୮୯ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ନିରବଛିନ୍ନ ବିଦ୍ୟୁତ ସେବା ଆହ୍ୱାନ ଥିଲା । ନିରବଛିନ୍ନ ହୋଇଥିବା ବିଦ୍ୟୁତ ସେବା ସଂଯୋଗ ସରିଲାଣି । ଗଛ କାଟି ରାସ୍ତା ସଫା କରାଯାଇଛି । ୩୩ ଟି ବ୍ଲକ ଓ ୧୧ ଟି ସହରାଞ୍ଚଳ ପ୍ରଭାବିତ ହୋଇଛି । ୩୬୨ ଟି ଜାଗାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ୨୯ ଅକ୍ଟୋବର ଆଜିର ଦିନରେ ୧୯୯୯ ମସିହା ରେ ମହାବାତ୍ୟା ଆସିଥିଲା । ଆଇଏମଡିର ପୂର୍ବ ଆକଳନ ସଂଯୋଗ ବଶତଃ ବାତ୍ୟା ମନ୍ଥା ୨୯ ତାରିଖ ରେ ହେବାର ଥିଲା । ସାମ୍ଭାବ୍ୟ ବାତ୍ୟାରୁ ଓଡ଼ିଶା ରକ୍ଷା ପାଇଛି । ବାତ୍ୟା ଦିଗ ପରିବର୍ତ୍ତନ କଲା ଓଡ଼ିଶାର ସୀମା ଛୁଇଁ ଝାଡ଼ଖଣ୍ଡ ଗଲା ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ