Masthead

ଦାସବିଦ୍ୟାଧରପୁର ସରପଞ୍ଚଙ୍କୁ ହାଣିଦେଲେ

ସତ୍ୟବାଦୀ, (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ଗ୍ରାମ ଏବେ ଖୁବ୍ ଚର୍ଚ୍ଚାରେ। ଦାନ ମାଝୀ ଘଟଣା ରାଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ କରିଥିବାବେଳେ ଏବେ ଦାସବିଦ୍ୟାଧରପୁର ଗ୍ରାମର କବିର ଭୋଇଙ୍କ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ଦେଖାଦେଇଛି। ଅସୁସ୍ଥ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସାକ୍ଷୀଗୋପାଳ (ସତ୍ୟବାଦୀ)ରୁ ପୁରୀ ଆଉ ପୁରୀରୁ କଟକ ବଡ଼ ମେଡିକାଲ ଦୀର୍ଘ ୯୦ କିଲୋମିଟର ରାସ୍ତା ଟ୍ରଲିରେ ବୋହି ନେବା, ଏଥିପାଇଁ କବିରଙ୍କୁ ସରକାରୀ ସ୍ତରରେ କୌଣସି ସହାୟତା ନ ମିଳିବା ଏବଂ ପରେ କଟକ ମେଡିକାଲରେ ତାଙ୍କ ମୃତ୍ୟୁ ହେବା ଘଟଣା ପରେ ସରକାରୀ ବ୍ୟବସ୍ଥାକୁ ନେଇ ଉଠିଛି ଅନେକ ପ୍ରଶ୍ନବାଚୀ। ବିରୋଧୀ ବି ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବା ପରେ ସରକାର ଏବେ ପୂରା ବ୍ୟାକଫୁଟରେ।

ରାଜନୈତିକ ବୟାନବାଜି ମଧ୍ୟ ଥମିବାର ନାଁ ନେଉନାହିଁ। ସତ୍ୟବାଦୀ ବିଜେପି ନେତା ଓମପ୍ରକାଶ ମିଶ୍ର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ କବିରଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସରକାରଙ୍କ ଉପରେ ବର୍ଷିଥିବାବେଳେ ଗତକାଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ବି ଦାସବିଦ୍ୟାଧରପୁରରେ ପହଞ୍ଚି କବିରଙ୍କୁ ଭେଟିଥିଲେ। ଲେଖାଶ୍ରୀଙ୍କ ଗସ୍ତକୁ ୨୪ ଘଣ୍ଟା ନ ପୂରୁଣୁ ଆଜି ସନ୍ଧ୍ୟାରେ ଉକ୍ତ ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ। ଅଭିଯୋଗ ଅନୁଯାୟୀ, ସରପଞ୍ଚ ହରିହର ନନ୍ଦ ଆଜି ସନ୍ଧ୍ୟା ପ୍ରାୟ ୮ଟାରେ ଏକ ପାନ ଦୋକାନରେ ବସିଥିବା ବେଳେ ଦାସବିଦ୍ୟାଧରପୁର ପଞ୍ଚାୟତ ଭୀମପୁର ଗ୍ରାମର ରବୀନ୍ଦ୍ର ରଥ ଓ ତାଙ୍କର କେତେଜଣ ସହଯୋଗୀ ଧାରୁଆ ଅସ୍ତ୍ରରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ହରିହରଙ୍କ ମୁଣ୍ଡ ଓ ହାତ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତାଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ହରିହରଙ୍କ ଅଭିଯୋଗ ଅନୁଯାୟୀ ଆକ୍ରମଣକାରୀମାନେ ଶାସକ ଦଳର ସମର୍ଥକ। ବିଜେଡି ବିରୋଧରେ ଗଲେ ଏମିତି ହଣା ଖାଇବୁ ବୋଲି ସେମାନେ କହିଥିବା ହରିହର କହିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସତ୍ୟବାଦୀ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଓମପ୍ରକାଶ ମିଶ୍ର।

ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସତ୍ୟବାଦୀ ଥାନା ଅଧିକାରୀ ଦେବୀପ୍ରସାଦ ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ଗତ କିଛିଦିନ ମଧ୍ୟରେ ସତ୍ୟବାଦୀ ଅଞ୍ଚଳରେ ଅପରାଧ ବଢ଼ିଚାଲିଛି। ବିଶେଷକରି ରାଜନୈତିକ ଆକ୍ରମଣ, ପ୍ରତିଆକ୍ରମଣ ବୃଦ୍ଧି ପାଇଛି। ଜିଲ୍ଲା ପୋଲିସ ମୁଖିଆ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ