Masthead

ତାଲିବାନୀଙ୍କ ଭୟରେ ଦେଶ ଛାଡିଲେ ପପ୍ ଷ୍ଟାର

କାବୁଲ(ବଡ଼ ଖବର ବ୍ୟୁରୋ):  ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଜବରଦଖଲ କରିବା ପରେ ତାଲିବାନ ଏବେ ନିଜ ମନମୁଖୀ ଶାସନ ଚଳାଇଛି । ଅନ୍ୟପକ୍ଷେ ତାଲିବାନର ଅକଥନୀୟ ନିର୍ଯାତନା ପାଇଁ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ଆଫଗାନି ନାଗରୀକ । ଆଫଗାନର ଜଣେ ଯୁବତୀ ଯିଏକି ତାଲିବାନ ଭୟରେ କହିଛନ୍ତି , ‘ଯଦି ତାଲିବାନୀ ମୋତେ ଘେରିଯାନ୍ତି’ତେବେ ମୋତେ ଗୁଳି କରିଦେବ । କିନ୍ତୁ ତାଲିବାନକୁ ମୋତେ ଦିଅନା । ତାଲିବାନୀ ମୋତେ ଯଦି ଜୀଅନ୍ତା ଧରି ଦେଇଥାନ୍ତେ ତେବେ ମୋ ଅବସ୍ତା କ’ଣ ହୋଇଥାନ୍ତା ।

ଏଭଳି କହିଛନ୍ତି ଆଫଗାନର ଜଣେ ଲୋକପ୍ରିୟ ପପ୍ ଷ୍ଟାର ଆର୍ଯ୍ୟାନା ସଇଦ । ତେବେ ସେ ଏବେ ଦେଶ ଛାଡି ପଳାଇଛନ୍ତି । ସେ ଏବେ ତୁର୍କୀରେ ଅଛନ୍ତି । ସେ କହିଛନ୍ତି, ମୁଁ ମ୍ୟୁଜିକ ତିଆରି କରେ । ଆଉ ମୁଁ ମହିଳାଙ୍କୁ ସମର୍ଥନ କରେ । ସେ ଆହୁରି କହିଛନ୍ତି ,ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଥିଲା, ସେତେବେଳେ ସେଠି କୌଣସି ପ୍ରକାର ମ୍ୟୁଜିକ ନଥିଲା । ସେ କହିଛନ୍ତି ସଙ୍ଗୀତ ଦେଶର ସଂସ୍କୃତି ଆମ ପରିଚୟ । ସଙ୍ଗୀତ ବିନା ଦେଶ ଦେଶ ନୁହେଁ କେବଳ ଖଣ୍ଡେ ଜମି । ତାଲିବାନ ଆଫଗନିସ୍ତାନକୁ କବଜା କରିବା ପରେ ଅନେକ କଳାକାର ଦେଶ ଛାଡୁଛନ୍ତି । ତାଲିବାନର ଅତ୍ୟାଚାର ସହ୍ୟ କରିନପାରି ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତନରେ ସଙ୍ଗୀତ,କବିତା,ଚଳଚ୍ଚିତ୍ର ଏବଂ କଳା ସହ ଜଡିତ ଅନେକ କାର୍ଯ୍ୟକଳାପର ବୃଦ୍ଧି ଘଟିଛି । ହେଲେ ତାଲିବାନ ପାଇଁ ଆଫଗାନିସ୍ତାନର କଳା ବପଦରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ