Masthead

୩ୟ ପର୍ୟ୍ୟାୟ ପାଇଁ ପ୍ରାର୍ଥୀ ଦେଲା RJD, ୩ଟି ଆସନରେ ସସପେନ୍ସ

ବିହାର, (ବଡ଼ ଖବର ବ୍ୟୁରୋ) : ବିହାରରେ ନିର୍ବାଚନ ତାତି । ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ କଡ଼ା ଟକ୍କର । ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ସହ ଭୋଟ ହାତେଇବାକୁ ସବୁ ଦଳ ରଣନୀତି ପ୍ରସ୍ତୁତ କରିସାରିଲାଣି । ଏହା ଭିତରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆରଜେଡି ୪୩ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି । ତେବେ ଏ ପର୍ୟ୍ୟନ୍ତ କଟିହାର, କୋଚାଧାମନ ଏବଂ ସିହ୍ନେଶ୍ୱର ଏହି ୩ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇନାହିଁ। ଏଠାରେ କିଏ ପ୍ରାର୍ଥୀ ହେବ, ତାହାକୁ ନେଇ ସସପେନ୍ସ ଲାଗି ରହିଛି ।
କୌଣସି ରିସ୍କ ନ ନେଇ ତୃତୀୟ ପର୍ୟ୍ୟାୟ ଲାଗି ପୁରୁଣା ଚେହେରା ଉପରେ ଭରସା କରିଛି ଦଳ । ତଥାପି କିଛି ନୂଆ ଚେହେରାଙ୍କୁ ମଧ୍ୟ ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳିବ ।
ଏଠାରେ କହି ରଖୁଛୁ, ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବାମପନ୍ଥୀ ଦଳ ୭ଟି ଆସନ, କଂଗ୍ରେସ ୨୫ଟି ଆସନ ଏବଂ ଆରଜେଡି ୪୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ କେତେକ ଆସନରେ କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ପ୍ରାର୍ଥୀ ପରିବର୍ତ୍ତନର ସମ୍ଭାବନା ବି ରହିଛି। ମହାଗଠବନ୍ଧନ(ଆରଜେଡି, କଂଗ୍ରେସ ଓ ବାମଦଳ) ଖୁବ ଶୀଘ୍ର ସମସ୍ତ ୨୪୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି।
ତୃତୀୟ ପର୍ୟ୍ୟାୟରେ ବିହାରର ୭୮ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୨୦ ଅକ୍ଟୋବର ସୁଦ୍ଧା ନାମାଙ୍କନ ଦାଖଲ ହେବ ଏବଂ ୭ ନଭେମ୍ବରରେ ଭୋଟ ଗ୍ରହଣ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା