Masthead

ତିନି ଦିନ ହେବ ନିର୍ମାଣ ସରିଛି ରାସ୍ତା, ହେଲେ ଫଡା ଫଡା ଉଠୁଛି ପିଚୁ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରିହୋଇ ପଡୁଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା। ଲକ୍ଷ ଲକ୍ଷ ଟଙ୍କା କରୁଛନ୍ତି ଆତ୍ମସାତ। କହିଲେ ମିଳୁଛି ଧମକ । ଘଟଣା ମୁତାବକ ଜଗତସିଂହପୁର ବ୍ଲକ ଅଧୀନ ଯଂକୋଟି ଠାରୁ ମଣ୍ଡାସାହି ପଂଚାୟତ ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫୪ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପିଚୁ କାର୍ଯ୍ୟ କରାଯାଇଛି।

ଏହି ପିଚୁ ଅତ୍ୟନ୍ତ ନିମ୍ନମାନ୍ନର ହୋଇଥିବା ବେଳେ ରାସ୍ତା ନିର୍ମାଣର ତିନିଦିନ ନପୂରୁଣୁ ଅନେକ ସ୍ଥାନରେ ଫଡା ଫଡା ପିଚୁ ଉଠିବାରେ ଲାଗିଛି। ଏହାକୁ ସ୍ଥାନୀୟ ଗ୍ରାମବାସୀମାନେ ସରପଞ୍ଚ ପୁଷ୍ପଲତା ଦାସଙ୍କୁ ଅଭିଯୋଗରେ ଜଣାଇଥିଲେ। ସରପଞ୍ଚ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରିନଥିଲେ। ଏହି ରାସ୍ତା ଉପରେ ୧ ନମ୍ବର ଜୋନ ଜ଼ିଲ୍ଲାପରିଷଦ ଅନ୍ତର୍ଭୁକ୍ତ ଯାହାନପୁର, ମଣ୍ଡାସାହି, କଣ୍ଟିଲୋ, ସଭାମୁଳ, ତର୍ତ୍ତଙ୍ଗ, ପଟେଣୀଗାଁ, ପଟ୍ଟସରା, ରମ୍ଭାଦେଇପୁର, ଘଦିମୂଳ ଆଦି ପଂଚାୟତରେ ସହସ୍ରାଧିକ ଜନସାଧାରଣ ସମ୍ପୂର୍ଣ ନିର୍ଭରଶୀଳ।

ରାସ୍ତା ନିର୍ମାଣ ସମୟରେ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅଞ୍ଚବାସୀ କ୍ଷୋଭ ପ୍ରକାଶ କରିଥିଲେ। ଓଲଟା ଠିକାଦାର ସରପଞ୍ଚଙ୍କ ପ୍ରତିନିଧି ସ୍ୱାମୀ ଅଶୋକ ଭୋଇଙ୍କୁ ଏଥିରୁ ଓହରିଯିବାକୁ କହିଥିଲେ। ଅଶୋକ ଭିଜିଲାନ୍ସରେ ଏହି ରାସ୍ତା ନିମ୍ନମାନ୍ନର ହୋଇଥିବା ଅଭିଯୋଗ କରିବେ ବୋଲି କହିଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ପୁନର୍ବାର ପିଚୁ ନିର୍ମାଣ ପାଇଁ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ