ତିନି ଦିନ ହେବ ନିର୍ମାଣ ସରିଛି ରାସ୍ତା, ହେଲେ ଫଡା ଫଡା ଉଠୁଛି ପିଚୁ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରିହୋଇ ପଡୁଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା। ଲକ୍ଷ ଲକ୍ଷ ଟଙ୍କା କରୁଛନ୍ତି ଆତ୍ମସାତ। କହିଲେ ମିଳୁଛି ଧମକ । ଘଟଣା ମୁତାବକ ଜଗତସିଂହପୁର ବ୍ଲକ ଅଧୀନ ଯଂକୋଟି ଠାରୁ ମଣ୍ଡାସାହି ପଂଚାୟତ ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫୪ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପିଚୁ କାର୍ଯ୍ୟ କରାଯାଇଛି।

ଏହି ପିଚୁ ଅତ୍ୟନ୍ତ ନିମ୍ନମାନ୍ନର ହୋଇଥିବା ବେଳେ ରାସ୍ତା ନିର୍ମାଣର ତିନିଦିନ ନପୂରୁଣୁ ଅନେକ ସ୍ଥାନରେ ଫଡା ଫଡା ପିଚୁ ଉଠିବାରେ ଲାଗିଛି। ଏହାକୁ ସ୍ଥାନୀୟ ଗ୍ରାମବାସୀମାନେ ସରପଞ୍ଚ ପୁଷ୍ପଲତା ଦାସଙ୍କୁ ଅଭିଯୋଗରେ ଜଣାଇଥିଲେ। ସରପଞ୍ଚ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରିନଥିଲେ। ଏହି ରାସ୍ତା ଉପରେ ୧ ନମ୍ବର ଜୋନ ଜ଼ିଲ୍ଲାପରିଷଦ ଅନ୍ତର୍ଭୁକ୍ତ ଯାହାନପୁର, ମଣ୍ଡାସାହି, କଣ୍ଟିଲୋ, ସଭାମୁଳ, ତର୍ତ୍ତଙ୍ଗ, ପଟେଣୀଗାଁ, ପଟ୍ଟସରା, ରମ୍ଭାଦେଇପୁର, ଘଦିମୂଳ ଆଦି ପଂଚାୟତରେ ସହସ୍ରାଧିକ ଜନସାଧାରଣ ସମ୍ପୂର୍ଣ ନିର୍ଭରଶୀଳ।

ରାସ୍ତା ନିର୍ମାଣ ସମୟରେ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅଞ୍ଚବାସୀ କ୍ଷୋଭ ପ୍ରକାଶ କରିଥିଲେ। ଓଲଟା ଠିକାଦାର ସରପଞ୍ଚଙ୍କ ପ୍ରତିନିଧି ସ୍ୱାମୀ ଅଶୋକ ଭୋଇଙ୍କୁ ଏଥିରୁ ଓହରିଯିବାକୁ କହିଥିଲେ। ଅଶୋକ ଭିଜିଲାନ୍ସରେ ଏହି ରାସ୍ତା ନିମ୍ନମାନ୍ନର ହୋଇଥିବା ଅଭିଯୋଗ କରିବେ ବୋଲି କହିଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ପୁନର୍ବାର ପିଚୁ ନିର୍ମାଣ ପାଇଁ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ