Masthead

ରାସ୍ତାକଡରୁ ଅଚିହ୍ନା କିନ୍ନରଙ୍କ ଶବ ଉଦ୍ଧାର

ଜଗନ୍ନାଥ ପ୍ରସାଦ(ବଡ ଖବର ) ଆଜି ୨୧ନଂ ରାଜ୍ୟ ରାଜପଥର ବିଡିପୁର ନିକଟ ଭୂଷଣ୍ଡପାଳ ରାସ୍ତା କଡ଼ରେ ଜଣେ ଅଚିହ୍ନ କିନ୍ନରର ମୃତଦେହ ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ମୃତକଙ୍କ ଶରୀର ଗଠନରୁ ସେ ଜଣେ କିନ୍ନର ବୋଲି ଜଣାପଡିଥିଲା । ମୁଣ୍ଡ ଚୁଟି ମୁକୁଳାଥିବା ବେଳେ ସେ ଜିନ ପ୍ୟାଣ୍ଟ ଓ ଟିସାର୍ଟ ପିନ୍ଧିଥିଲେ ।

ଶବ ଉପରେ ଗୋଟାଏ ଓଢଣି ଘୋଡ଼େଇ ଦିଆଯାଇଛି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ସ୍ଥାନୀୟ ଅଞ୍ଚଳରେ ଉକ୍ତ ଵ୍ୟକ୍ତିକୁ କେହି କେବେ ଦେଖିନଥିଲେ । ବେଲଗୁଣ୍ଠ ଅଞ୍ଚଳରେ ରହୁଥିବା କିଛି କିନ୍ନରଙ୍କୁ ଶବ ଚିହ୍ନଟ ପାଇଁ ଡକା ଯାଇଥିଲେବି ଶବ ଚିହ୍ନଟ ହୋଇପାରି ନାହିଁ। ତେଣୁ ଛତ୍ରପୁର ସାଇଣ୍ଟିଫିକ ଟିମକୁ ଡ଼କାଯାଇ ତଦନ୍ତ କରାଯାଉଛି । ଭଂଜନଗର ଏସଡିପିଓ ସୁଧାଂଶୁ ଶେଖର ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ