Masthead

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା, ଜେଲ ଗଲେ ୨

ନୀଳଗିରି(ବଡ଼ ଖବର ବ୍ୟୁରୋ): ପରୀ ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି ଆଉ ଏକ ଜଘନ୍ୟ କାଣ୍ଡ । ନୀଳଗିରି ଥାନା ଜଡିବାଲି ଅଞ୍ଚଳରେ ଥିବା ଜୟଦୁର୍ଗା ଇଟାଭାଟିରେ କାର୍ୟ୍ୟ କରୁଥିବା ଜଣେ ନାବାଳିକା ଶ୍ରମିକଙ୍କର ସୋମବାର ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି । ଏହି ଘଟଣା ପ୍ରଚାର ହେବା ପରେ ଶ୍ରମ ବିଭାଗର ଚେତା ପଶିଛି ।

ମୃତକଙ୍କ କାକାଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ତାଙ୍କ ଝିଆରୀଙ୍କୁ କେହି ବଳାତ୍କାର ପରେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ପୋଲିସର ମୁଣ୍ଡବ୍ୟଥା ବଢିଯାଇଛି । ତେବେ ଅଭିଯୋଗ ଆଧାରେ ପୋଲିସ ୨ଜଣଙ୍କୁ ପ୍ରଥମେ ଅଟକ ରଖିଥିଲା । ଚାପ ଅଧିକ ହେବାରୁ ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ବାଘମରା ଗ୍ରାମର ମଧୁ ସିଂଙ୍କ ସ୍ତ୍ରୀ ଓ ତାଙ୍କ ନାବାଳିକା ଝିଅ ଝରଣା ନୀଳଗିରି ତହସିଲ ଅଧୀନ ଭଉଁରିଆବାଡ଼ ପଞ୍ଚାୟତ ଜଡିବାଲି ଅଞ୍ଚଳରେ ଥିବା ଜୟଦୁର୍ଗା ଇଟାଭାଟିରେ କାମ କରିଆସୁଥିଲେ । ଭାଟି ଭିତରେ ଏକ କୁଡ଼ିଆ ଚରି ସେମାନେ ରହୁଥିଲେ । ସୋମବାର ଝରଣା ବିଷ ପିଇଦେବା ପରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଥାଇ ଝରଣାଙ୍କର ମୃତ୍ୟ ହୋଇଥିଲା । ମୃତକଙ୍କ କାକା କାର୍ତ୍ତିକ ସିଂ ଅଭିଯୋଗ କରିଛନ୍ତି ଇଟାଭାଟି ମାଲିକ ଓ ତାଙ୍କର କିଛି ସହଯୋଗୀ ଝରଣାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ମାରିଦେଇଛନ୍ତି । ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର, ଆଇଆଇସି ପ୍ରଭଞ୍ଜନ ବେହେରା, ଏସଆଇ ବାସୁଦେବ ଜୟସିଂ ଓ ପୋଲିସ କର୍ମଚାରୀ ଇଟାଭାଟି, ବାଲେଶ୍ୱର ହସ୍ପିଟାଲରେ ତଦନ୍ତ ଚଳାଇଥିଲେ । ମଙ୍ଗଳବାର ସକାଳେ ଫରେନସିକ ଟିମ ସହାୟତାରେ ପୋଲିସ ମଧ୍ୟ ତଦନ୍ତ କରିଥିଲା । ଅଭିଯୋଗ ଅନୁସାରେ ପୋଲିତସ ଧାରା ୩୨୮, ୩୦୨, ୩୭୬,(ଡି ଏ ଆଇ ପି ସି ୬ ପୋକସ ଆକ୍ଟ ୩୯୫ ଅନୁସାରେ ମାମଲା ମଧ୍ୟ ରୁଜୁ କରିଛି । ଅଭିଯୁକ୍ତ ଇଟାଭାଟି ମାଲିକ ଲୁଲୁ ବେହେରା ଓ ଫକୀରା ସିଂ ଓରଫ ଚଗୁଲୁକୁ ଆଜି କୋର୍ଟ ଚାଲାଣ କରାଯାଇଛି । ଘଟଣାର ତଦନ୍ତଭାର ନୀଳଗିରି ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା ନେଇଛନ୍ତି । ସେହିପରି ନୀଳଗିରି ଶ୍ରମ ବିଭାଗ ଅଧିକାରୀ ଦିପ୍ତୀରଂଜନ ସାହୁ ଇଟାଭାଟିକୁ ଯାଇ ତଦନ୍ତ କରି ଫେରିଛନ୍ତି । ତେବେ ପୋଷ୍ଟମଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ