ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଚିକିତ୍ସାଧିନ ଅବସ୍ଥାରେ କଲରାପତାରିଆ ବାଘର ମୃତ୍ୟୁ । ପ୍ରାଣୀ ସମ୍ପଦ ଅଧିକାରୀ ଓ ବିଶେଷଜ୍ଞଙ୍କ ତତ୍ତ୍ଵାବଧାନରେ ଚାଲିଥିଲା ଚିକିତ୍ସା । ରେଫର କରିବାକୁ ପ୍ରାଣୀ ସମ୍ପଦ ଅଧିକାରୀ କରିଥିଲେ ମଧ୍ୟ ରେଫର୍ କରିନଥିଲେ ବନ ବିଭାଗ ଅଧିକାରୀ। କିଛି ଦିନ ତଳେ ଭୁବନେଶ୍ୱରରୁ ବନ୍ୟ ପ୍ରଣୀ ବିଭାଗର ବିଶେଷଜ୍ଞ ଡାକ୍ତର ଆସି ବାଘର ଚିକିତ୍ସା କରିଥିଲେ ।
ସୂଚନା ଅନୁସାରେ ଗତ ୧୬ରେ ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ସିଲେରିବାହରା ନିକଟ ଜଙ୍ଗଲରୁ ଅସୁସ୍ଥ ବାଘକୁ ଉଦ୍ଧାର କରିଥିଲା ବନ ବିଭାଗ । ରେଞ୍ଜ ଅଫିସରେ ଚିକିତ୍ସିତ ହେଉଥିବା ସମୟରେ ଆଖି ବୁଜିଛି ବାଘ । ଅନ୍ୟପଟେ ବାଘର ମୃତ୍ୟୁକୁ ନେଇ ବନ ବିଭାଗର ଅଧିକାରୀ ଉପରେ ପ୍ରଶ୍ନ ଉଠିଛି । କାହିଁକି ରେଫର କଲେନି ବନବିଭାଗ? କହିଁକି ଭୁବନେଶ୍ୱରକୁ ସ୍ଥାନାନ୍ତର କଲେ ନାହିଁ ଏହା ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।