Before Header

ଭିଏସଏସ ନଗର ମାର୍କେଟ ସିଲ କଲା ବିଏମସି

0 17

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଭିଏସଏସ ନଗର ମାର୍କେଟ ସିଲ କଲା ବିଏମସି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଭୁବନେଶ୍ବର ଭିଏସଏସ ନଗର ମାର୍କେଟ ବନ୍ଦ ରହିବ । କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ବିଏମ୍‌ସି । ମାର୍କେଟରେ ସାମାଜିକ ଦୂରତା ରକ୍ଷା କରିବାରେ ବ୍ୟବସାୟୀ ଓ ଗ୍ରାହକ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ଭିଏସ୍ଏସ୍ ନଗର ମାର୍କେଟ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଦୋକାନରେ ସାମାଜିକ ଦୂରତା ରକ୍ଷା କରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦେଇଥିଲେ ସରକାର । ହେଲେ ଏହି ନିର୍ଦ୍ଦେଶକୁ ଉଭୟ ଗ୍ରାହକ ଓ ଦୋକାନୀ ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଫଳରେ ବିଏମ୍‌ସି ସ୍କ୍ବାଡ ଚଢ଼ଉ କରି ମାର୍କେଟକୁ ସିଲ୍‌ କରିଛି । କରୋନା ଚେନକୁ ଭାଙ୍ଗିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.