Masthead

ନିର୍ବାଚନ ଲଢିବେ ବିଜେପି ନେତା ଦେବାଶିଷ ନାୟକ  

ବରୀ (ବଡ଼ ଖବର ବ୍ୟୁରୋ): ଦେବାଶିଷଙ୍କୁ ନିରାଶ କଲା ବିଜେପି । ସ୍ଵାଧୀନ ଭାବରେ ନିର୍ବାଚନ ଲଢିବାକୁ ଦେବାଶିଷ ଦେଲେ ଇଶାରା। ସମର୍ଥକ ମାନଙ୍କ ସହ ଆଲୋଚନା ପରେ ଶନିବାର ଘୋଷଣା କରିବେ ବୋଲି କହିଛନ୍ତି ଦେବାଶିଷ । ଲଗାତାର ବିଜେଡିରୁ ପ୍ରାର୍ଥୀ ହୋଇ ୪ ଥର ବରୀ ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିବା ଦେବାଶିଷ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ବିଜେଡି ଛାଡ଼ି ଦେବାଶିଷ ବିଜେପିରେ ଯୋଗଦେବା ପରେ ବରୀରୁ ପ୍ରାର୍ଥୀ ହେବାକୁ ଏକ ପ୍ରକାର ନିଶ୍ଚିତ ହୋଇଥିଲେ ଦେବାଶିଷ।

ମାତ୍ର ଦେବାଶିଷଙ୍କୁ ବିଶ୍ୱାସକୁ ନେଇ ପରିଲା ନାହିଁ ବିଜେପି। ବହୁ ଆଶା ବାନ୍ଧିଥିବା ଦେବାଶିଷଙ୍କୁ ବିଜେପି ଟିକେଟ ନଦେଇ ଦୀର୍ଘ ବର୍ଷ ହେବ ସଂଗଠନ ସହ ରହିଥିବା ବିଜେପି ନେତା ଉମେଶ ଚନ୍ଦ୍ର ଜେନାଙ୍କୁ ଦଳ ଭରସା କରି ଗତକାଲି ଟିକେଟ ଦେଇଛି । ଦେବାଶିଷଙ୍କୁ ନେଇ ବିଭିନ୍ନ କଥା ଆଲୋଚନା ଲାଗିରହିଥିବା ବେଳେ ଦେବାଶିଷ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଉଦ୍ୟମ କରିଛନ୍ତି।

ନିଜର ସୋସିଆଲ ମିଡ଼ିଆ ପେଜରେ ବରୀବାସୀ ମୋ ବଳ। ମୋ ପାଇଁ ଦଳ ବଡ଼ ନୁହେଁ ବରୀ ବାସୀଙ୍କ ସେବା କରିବାକୁ ମୁଁ ନିର୍ବାଚନ ଲଢିବି ବୋଲି କହିଛନ୍ତି। ମାତ୍ର ଦେବାଶିଷ ସ୍ଵାଧୀନ ପ୍ରାର୍ଥୀ ହେବେ ବୋଲି ବରୀରେ ଚର୍ଚ୍ଚା ହେଉଥିବା ବେଳେ ଦେବାଶିଷଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ସମର୍ଥକ ମାନେ । ତେବେ ଆଗକୁ ବରୀ ରାଜନୀତି କେଉଁ ମୋଡ ନେବ ତାହା ସମୟ କହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା