Masthead

ଦଶହରା ପାଇଁ ଦୀପାଲି ଓ ଅଳକା ସମର୍ଥକ ମୁହାଁମୁହିଁ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ):ବିଜେଡିରେ ଫାଟ ତଥା ଅନ୍ତକଳହ ପୁଣି ଦେଖିବାକୁ ମିଳିଛି । ଦଶହରା ଉତ୍ସବ ପାଇଁ ଦୀପାଲି ଓ ଅଳକା ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲରେ ଅନେକ ବର୍ଷ ଧରି ଦଶହରାର ରାବଣ ପୋଡ଼ି କାର୍ୟ୍ୟକ୍ରମ ହୋଇଆସୁଛି । ଏହି କାର୍ୟ୍ୟକ୍ରମ ପ୍ରଥମେ କିଶୋର ମହାନ୍ତି କରିଆସୁଥିଲେ । ପରେ ନବକିଶୋର ଦାସ କରି ଆସୁଥିଲେ । ଏହି ବର୍ଷ ସ୍ୱର୍ଗୀୟ କିଶୋର ମହାନ୍ତିଙ୍କ ସ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତି ତଥା ସ୍ୱର୍ଗୀୟ ନବକିଶୋର ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟକ ଦୀପାଲି ଦାସ ଦଶହରା ଉତ୍ସବ କରିବାକୁ ସମଗ୍ର ଝାରସୁଗୁଡ଼ା ସହରରେ ପୋଷ୍ଟର ୱାର ଆରମ୍ଭ କରିଛନ୍ତି । ଦୁଇ ବିଧାୟକଙ୍କ ମଧ୍ୟରେ ଲଢେଇ ନୂଆ ନୁହେଁ ବୋଲି ଚର୍ଚ୍ଚା ହେଉଛି।

କିଛି ଦିନ ପୂର୍ବରୁ ବ୍ରଜରାଜନଗର ବିଜେଡିରେ ଅନ୍ତକଳହର ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତି ଏବଂ ଝାରସୁଗୁଡ଼ା ଜିଲ୍ଲା ବିଜେଡି ପର୍ୟ୍ୟବେକ୍ଷକ ତଥା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ସରକାରୀ କାର୍ଯ୍ୟକ୍ରମରେ ବ୍ରଜରାଜନଗର ଆସିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ କାଉନସିଲର ଅନୁପସ୍ଥିତ ରହିଥିଲେ । ଏହି ଘଟଣାର ଦୁଇଦିନ ପରେ ଝାରସୁଗୁଡ଼ା ବିଧାୟକ ଦୀପାଲି ଦାସ ବ୍ରଜରାଜନଗରର ମା’ ରାମଚଣ୍ଡୀ ମନ୍ଦିରକୁ ଆସିଥିଲେ । ତାଙ୍କର ଏହି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଅନେକ କାଉନସିଲର ଉପସ୍ଥିତ ଥିଲେ । କିନ୍ତୁ ବିଧାୟକ ଅଳକା ମହାନ୍ତିଙ୍କ ଗୋଷ୍ଠୀର କୌଣସି ଲୋକଙ୍କୁ ଦେଖିବାକୁ ମିଳିନଥିଲା । ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଚର୍ଚ୍ଚା ଜୋର ଧରିଥିଲା । ଜିଲ୍ଲା ବିଜେଡିରେ ଫାଟ ଜଳ ଜଳ ହୋଇ ଦିଶିଥିଲା । ମନମୋହନ ଏମଇ ସ୍କୁଲ୍ରେ ହେବାକୁଥିବା ଦଶହରା କାର୍ୟ୍ୟକ୍ରମରେ ଦୁଇ ବିଧାୟକଙ୍କ ମଧ୍ୟରୁ କିଏ ମୁଖ୍ୟ ଅତିଥି ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଗୋଟେ ପଟେ ଅଳକା ମହାନ୍ତିଙ୍କ ସମର୍ଥକ ଏହାକୁ ତାଙ୍କର ପୁରୁଣା କାର୍ୟ୍ୟକ୍ରମ କହୁଥିବା ବେଳେ ଆର ପଟେ ଝାରସୁଗୁଡ଼ା ବିଧାୟକଙ୍କ ସମର୍ଥନମାନେ ବିଧାୟକ ଦୀପାଲି ଦାସ କାର୍ୟ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିବା କଥା ବୋଲି କହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର