Masthead

“ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ”

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶ ପାଳୁଛି ୭୭ତମ ସ୍ବାଧିନତା ଦିବସ । ସବୁଠି ଉଡୁଛି ତ୍ରିରଙ୍ଗା । ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବ ମୁଖର । ସମସ୍ତେ ଭାରି ଖୁସି । ଆଜି ସେହି ଦିନ ଯେବେ ଆମେ ସ୍ବାଧିନତା ଲାଭ କରିଥିଲେ । ଆଉ ସମସ୍ତେ କହିଥିଲେ ଭାରତ ମାତା କି ଜୟ । ସେହି ସୁନାର ଇତିହାସ ଆଜି ଅନେକ କଥା କୁହେ । ଆମେ ବିଭିନ୍ନତା ମଧ୍ୟରେ ଏକତାର ମନ୍ତ୍ର କହିଥାଉ । କାରଣ ଆମେ ସବୁ ଭାରତୀୟ । ଆମେ ସେହି ଭାରତ ମାତାର ସନ୍ତାନ । ଆମେ ଆଜି ଗର୍ବିତ ଏହି ମାଟି ପାଇଁ । ଗାଁ ଗହଳିରୁ ସହର ଯାଏଁ ଚାରିଆଡ଼େ ଫରଫର୍ ହୋଇ ଉଡୁଛି ତ୍ରିରଙ୍ଗା । ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହ ଇଂରେଜ କବଳରୁ ଆମ ଦେଶ ମାତୃକାକୁ ସ୍ୱାଧୀନ କରିଥିବା ମହାନ ବ୍ୟକ୍ତିତ୍ୱଙ୍କୁ ମନେ ପକାଇ ନିଜକୁ ଭାରତୀୟ ଭାବେ ଆମେ ଗର୍ବ ଅନୁଭବ କରୁଛେ ।

୧୯୪୭ ଅଗଷ୍ଟ ୧୫ ଭାରତ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ରୂପେ ଚିରସ୍ମରଣୀୟ। ବାଳ ଗଙ୍ଗାଧର ତିଳକ, ଲାଲା ଲଜପତ ରାୟ, ବିପିନ୍‌ ବିହାରୀ ପାଲ୍‌, ଭଗତ ସିଂହ, ମହାତ୍ମା ଗାନ୍ଧୀ ଓ ସୁଭାଷଚନ୍ଦ୍ର ବୋଷଙ୍କ ପରି ଅଗଣିତ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ନିଷ୍ଠା ଯୋଗୁଁ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ୨୦୦ ବର୍ଷର ବ୍ରିଟିସ ଉପନିବେଶ ଶାସନରୁ ମୁକ୍ତ ହୋଇଥିଲା ଏବଂ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଦେଶବାସୀଙ୍କୁ ଗର୍ବ ଓ ଦେଶପ୍ରେମର ଭାବନରେ ଭରି ଦେଇଥିଲା। ଏହା ଭାରତୀୟଙ୍କ ପାଇଁ କେବଳ ଏକ ଜାତୀୟ ଛୁଟିଦିନ ନୁହେଁ, ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର ଏକ ବିଶେଷ ଦିବସ। ଏହା ଭାରତୀୟ ଏକତାକୁ ନେଇ ଉତ୍ସବ ପାଳନର ଦିନ ମଧ୍ୟ।

ପ୍ରତିକୂଳ ପରିସ୍ଥିତିରେ ଭାରତର ସ୍ଥିରତା, ଏକତା ଓ ସାଂସ୍କୃତିକ ବିବିଧତାକୁ ଏହା ମନେ ପକାଇଦେଉଛି। ସ୍ବାଧୀନତା ପରଠାରୁ ହାସଲ କରିଥିବା ଅଗ୍ରଗତି ଓ ଆହ୍ବାନଗୁଡ଼ିକ ପ୍ରତି ସଚେତନ ହେବାର ଏହା ଏକ ଉତ୍କୃଷ୍ଟ ଅବସର। ଚଳିତବର୍ଷ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି “ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ”। ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ବକୁ ବଜାୟ ରଖିବା ଲାଗି ପ୍ରତ୍ୟେକ ଦେଶବାସୀ ଜାତୀୟ ପତାକା ତିୁରଙ୍ଗା ତଳେ ସଂକଳ୍ପ ନେବା ପାଇଁ ଏହି ଦିବସ ଆହ୍ବାନ କରିଥାଏ। ନିଜ ଜୀବନକୁ ବାଜି ଲଗାଇ ଦେଶବାସୀଙ୍କୁ ସ୍ବାଧୀନତାର ସ୍ବାଦ ଚଖେଇଥିବା ସହିଦଙ୍କ ପ୍ରତି ତାହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି