Masthead

ଦିଲ୍ଲୀ ବାୟୁ ଦେଉଛି ଧୀମି ମୌତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରତ୍ୟେକ ନିଶ୍ୱାସରେ ଦିଲ୍ଲୀର ବାୟୁ ଧୀର ମୃତ୍ୟୁ ଦେଉଛି। ଦିଲ୍ଲୀର ବାୟୁ ଖରାପ ହେବାରେ ଲାଗିଝଥ । ଅଣନଶ୍ୱାସୀ ହେବାରେ ଲାଗିଛନ୍ତି ଦିଲ୍ଲୀବାସୀ । ଦିଲ୍ଲିକୁ ଦେଖିଲେ ଲାଗୁଛି କୃତ୍ରିମ କାଶ୍ମୀର ବଞ୍ଚୁଛନ୍ତି ଦିଲ୍ଲୀବାସୀ । ଦିଲ୍ଲୀର ଜାହାଙ୍ଗୀରପୁରୀରେ ବାୟୁର ୟଏକ୍ୟୁଆଇ ୪୨୮ ରେକର୍ଡ କରାଯାଇଛି । ଯାହା ସାଧାରଣରୁ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ଅଛି । ନୋଏଡାରେ ଏହାର ସ୍ତର ୩୧୭ ରେକର୍ଡ ହୋଇଥିବାବେଳେ ଗାଜିଆବାଦରେ ଏହା ୩୩୪ ରେକର୍ଡ କରାଯାଇଛି । ଦିଲ୍ଲୀ ଏନସିଆରର ସମସ୍ତ କ୍ଷେତ୍ରରେ ବାୟୁ ସ୍ତର ବିପଜ୍ଜନକ ରହିଛି ।

ଦେଶର ଅନ୍ୟାନ୍ୟ ସହର ବିଷୟରେ କହିବାକୁ ଗଲେ କୋଲକାତାର ପ୍ରଦୂଷଣ ସ୍ତର ୧୬୩ , ମୁମ୍ବାଇରେ ୧୭୫ ଏବଂ ଚେନ୍ନାଇରେ ୧୬୦ ରେକର୍ଡ କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପ୍ରଦୂଷଣର ଏହି ସ୍ତର ଅତ୍ୟନ୍ତ ବିପଦଜନକ ଅଟେ । ଏହାକୁ ସୁଧାରିବା ଆବଶ୍ୟକ ରହିଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦେଶର ଏହି ସହରଗୁଡ଼ିକରେ ବାୟୁ ଗୁଣବତ୍ତାରେ ଉନ୍ନତି ହେବାର କୌଣସି ସମ୍ଭାବନା ମଧ୍ୟ ନାହିଁ । ବାୟୁ ଗୁଣବତ୍ତା ମନିଟରିଂରେ ବିଶେଷଜ୍ଞ ଥିବା ସ୍ୱିଜରଲ୍ୟାଣ୍ଡର ‘ଆଇକ୍ୟୁଆର’ ଅନୁଯାୟୀ ଦିଲ୍ଲୀ ସୋମବାର ଦିନ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ଭାବେ ଶୀର୍ଷରେ ରହିଛି। ଏହା ପରେ ପାକିସ୍ତାନର ଲାହୋର ଏବଂ କରାଚି ଥିବାବେଳେ ପ୍ରଦୂଷିତ ସହର ମଧ୍ୟରେ ମୁମ୍ବାଇ ପଞ୍ଚମ ଏବଂ କୋଲକାତା ଷଷ୍ଠ ସ୍ଥାନରେ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ